ଅପାସୋରା ଚିତ୍ର ତୋର
ଅପାସୋରା ଚିତ୍ର ତୋର
1 min
308
ତୁ ଏକ ତଟିନୀ
ଶାନ୍ତି ପ୍ରଦାୟିନୀ
କୁଳୁକୁଳୁ ଗୀତ ଗାଇ
ଲହରୀ ଯାଉଛୁ
ନାଚି ନାଚି ସଖୀ
ତୋହର ଉପମା ନାହିଁ ।।
ତୁ ଯେ ପୂଣ୍ୟ ଗର୍ଭା
ଅପରୂପ ଶୋଭା
ଅପାସୋରା ଚିତ୍ର ତୋର
ଜୀବନ ନଦୀରେ
ନୀଳ ଜଳ ଧାରେ
ସାତରଙ୍ଗି ରୂପ ଝର ।।
ସତେ ଅବା ନୀଳ
ଦର୍ପଣ ପ୍ରକାର
ମୋ ପରାଣେ ଉଦ୍ଭାସଇ
ସେ କେଉଁ ବିନ୍ଧାଣି
ଗଢିଛି ମିତଣୀ
ଧନ୍ୟ ରେ ବିଚିତ୍ର ବିହି ।।
ଫେନୀଳ ସଲିଳ
ଶୀତଳ ଲହରୀ
ପ୍ରାଣ କରେ ଶୀତଳିତ
ତୋ କୂଳେ ବିହରେ
ମଳୟ ପରଶେ
ମନ ହୁଏ ଉଲ୍ଲସିତ ।।
ତୋ ଛୁଆଁ ରେ ମନ-
ଭୂଇଁ ମୋ ସରସ
ଦେବୀ ସୁଧାଂଶୁ ବଦନୀ
ତୋ ପରି ତଟିନୀ
ଜନମେ ଜନମେ
ଖୋଜିବି ରେ ପ୍ରିୟ ସହୀ ।।
