STORYMIRROR

Dharitri Das

Others

3  

Dharitri Das

Others

ଅନୁତାପ

ଅନୁତାପ

1 min
212


କାହିଁ ପାଇଁ ଲୁଚାଇଲୁ ତୋ ଚନ୍ଦ୍ରମୁଖ

ବୁଝି କି ପାରିଲିନି ମୁହିଁ ତୋର ଦୁଃଖ।

ଜାଣି ପାରୁନି କାହିଁ ରହିଲା ମୋ ଦୋଷ

କାହିଁ ପାଇଁ ହେଲୁ ମୋ ଉପରେ ରୋଷ।

ଅଜଣା ଦୋଷ ପାଇଁ କରେ ଅନୁତାପ

ଦୁଖଃରେ ସଢ଼ି ବାକୁ ଦେଲୁ ଅଭିଶାପ।

ଭୁଲିପାରୁନାହିଁ ମୁଁ କଥାକୁ ତୋହର

ଅନୁତାପ ନିଆଁରେ ଜଳେ ବାରବାର।

ଯଦି କେବେ ତୁହି କରିବୁ ଅନୁତାପ

ବୁଝି ପାରିବୁ ତେବେ ମୋର ମନସ୍ତାପ।

ଯେବେ ବୁଝିବୁ ମୁଁ ପାଉଛି କେତେ କଷ୍ଟ

ସେତେବେଳେ ଯନ୍ତ୍ରଣାରେ ହେବୁ ଛଟପଟ।

ଅନୁତାପ କରିବୁ ମୋହଠାରୁ ଅଧିକ

ସେଥିପାଇଁ ହେଉଅଛି ମୋ ମନରେ ଦୁଃଖ।



Rate this content
Log in