Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Others

3  

Jayashree Maharana

Others

ଅନନ୍ୟ ଶରୀର

ଅନନ୍ୟ ଶରୀର

1 min
165


ବିଚିତ୍ର ସଂଯୋଗ ସତେ ସୃଷ୍ଟି ଓ ସ୍ରଷ୍ଟାର

ଧରାରେ ମିଳନ ଘଟେ ନାରୀ ପୁରୁଷର

ନାରୀଗର୍ଭେ ସ୍ଥାନ ପାଏ ସୃଷ୍ଟିର ଆଧାର

ରକ୍ତ ମାଂସ ହାଡ଼ ଥିବା ଅନନ୍ୟ ଶରୀର ।


ସ୍ନେହଶ୍ରଦ୍ଧା ଦୟା କ୍ଷମା ହୃଦୟରେ ଭରି

ଅନ୍ତରରୁ ମମତାର ସୁଧା ଯାଏ ଝରି

ତ୍ୟାଗବଳେ ଦୃଢକରେ ସମ୍ପର୍କର ଡୋରି

ଚିରକାଳ ପୂଜନୀୟା ସଂସାରରେ ନାରୀ ।


ଭକତିର ନିର୍ଝରିଣୀ ସେବା କରେ ଦାନ

ମାଆ ରୂପେ ନେଇଅଛି ଈଶ୍ୱରଙ୍କ ସ୍ଥାନ

କିଏ ଅବା ମାପିପାରେ ଭଉଣୀର ମନ

ଜାୟା ସିଏ ଅଧିକାର ରହେ ତା'ଅକ୍ଷୁର୍ଣ୍ଣ ।


ଇତିହାସେ ପୁରାଣରେ ଲେଖା ନାରୀଗାଥା

ପୂଣ୍ୟ ବଳେ ନାରୀଜନ୍ମ ଲଭେ ସାର୍ଥକତା ।



Rate this content
Log in