STORYMIRROR

Anil kumar Pradhan

Others

3  

Anil kumar Pradhan

Others

ଅନ୍ଧାରି ଅନ୍ଧ

ଅନ୍ଧାରି ଅନ୍ଧ

1 min
289

ମନେପଡେ ,

ଦେଖି ନଜାଣିଲା

କହି ଆସୁନଥିବା ଦିନ ସବୁ

ପୁସ୍ତକର ଅର୍ଥ ବି ଅବୁଝା

ତଥାପି ,

ପଢୁଥାଏ ଥଙ୍ଗେଇ ଥଙ୍ଗେଇ

ବର୍ଣ୍ଣବୋଧ

ପାଟି ନଫିଟିଲେ

କାନରେ ଖାଲି ଗୁଂଜରିତ ହେଉଥିଲା

ଏକ ଶବ୍ଦ "ଗଧ ...."l

ସେ ଖଣ୍ଡେ ପୁସ୍ତକ

ଜୀବନର ମାନଦଣ୍ଡ

ଆଉ

ପରିଚୟ ବଦଳେଇଦେଲା

ଅ ....ପରେ ,

ଖୋଜିଲି ଅନେକ

ଅନ୍ତ ମିଳିଲାନି

ଆଲୋକ ଟିକିଏ ଅନୁସନ୍ଧାନ କରୁ କରୁ

ମନରେ ଉଙ୍କି ମାରେ

ଅଭୁଲା ଅତୀତର

ଖଣ୍ଡିଏ ବର୍ଣ୍ଣବୋଧ

ଆଉ

ଯେତେ ଆଗକୁ ପଢ଼ିଚାଲେ

ସେତେ ସେତେ ବନିଯାଏ

ଏକ ଅନ୍ଧlରି ଅନ୍ଧ l

ଜୀବନରେ ଅନେକ ପୁସ୍ତକ ପଢ଼ିଛି

ମାତ୍ର

ବର୍ଣ୍ଣବୋଧ ଟିକିଏ ଅଲଗା

ଆଉ ଜାଣିଲି ,

ବିନା ବର୍ଣ୍ଣବୋଧରେ

ଓଡ଼ିଆ ଖାଲି ଅଲଗା ତଳଗା l



Rate this content
Log in