ଅନ୍ଧାର
ଅନ୍ଧାର
1 min
6.8K
ଅନ୍ଧାରେ ଚିହ୍ନିହୁଏ
ନିଜକୁ ନିଜଠୁ ବେଶି
ଅନ୍ଧାରେ ଆଶ୍ରୟ ନିଏ
କଥା ସହ ଅକଥା
ଅନ୍ଧାରେ ପଢ଼ିହୁଏ
ବିନା କ୍ଷତର ବ୍ୟଥା
ଅନ୍ଧାର ଶୋଷିନିଏ
ସ୍ନାୟୁତନ୍ତ୍ରୀରୁ ପ୍ରୀତି।
ନିଷ୍ପ୍ରଭ ନିର୍ଜନେ
ଅନ୍ଧାର ଚୁମିଦିଏ
ଯନ୍ତ୍ରଣା କାତର ଛାତି
ଅନ୍ଧାରେ ଶିହରିତ ହୁଏ
ମକଚା ଦେହ ସଂଗେ ବିଦେହ
ଅନ୍ଧାରେ ଅଙ୍କୁରିତ ହୁଏ
ଅନାଗ୍ରହ ଅମାପ କୋହ
ଅନ୍ଧାର ହିଁ ତ ବରଫ ଫୁଲଟିଏ ।
ସାଇତି ରଖିଲେ ମଳୟ
ଖସିଗଲେ ପ୍ରଳୟ
ଯେଉଁଠି କଥାକୁହା ପୃଥିବୀ ବନ୍ଦୀ
ଆକାଶ ବାପୁଡା ହୁଏ ଛନ୍ଦି
ଅନ୍ଧାର ଭାରି ନିଜର
ନିଜକୁ ନିଜେ ସନ୍ତୁଳି ହୁଏ
ମୁଁ ଏକା ତୋହର ।
---ଅନ୍ଧାର।
-ସସ୍ମିତା ସାହୁ