STORYMIRROR

Sandhya Rani Panigrahy

Others

4  

Sandhya Rani Panigrahy

Others

ଅନଭ୍ୟସ୍ତ ଅନୁଭୂତି... ପ୍ରତାରଣା

ଅନଭ୍ୟସ୍ତ ଅନୁଭୂତି... ପ୍ରତାରଣା

1 min
414

କେବେ ହଠାତ୍ ଆସି ଠିଆହୁଏ

ସେ ଖାଇବାକୁ ହୁଏ

ଫେରାଇବାର ନୁହେଁ

ତୁମେ ସେ କୂଳର ନୁହଁ

ତଥାପି ତୁମ ମୋ ମଧ୍ୟରେ ଏରେଖା

ଲକ୍ଷ୍ଯଚ୍ଯୁତ କକ୍ଷରେ ଘୂରିବାର ସଖା

ଏରୁଣ୍ଡି ଉପରେ ଠିଆ ହୋଇ ଗୋଟିଏ

ପାଦ ଚିପି ଚିପି ପୃଥିବୀରୁ ଖସେ ମାଟି ଚେନାଏ

ସବୁ ସମାନ ଥିବା ବେଳେ ଏକ ବିଚିତ୍ର ଘଟଣା

ତୁମର ଗଲ୍ପ ଯେମିତି ମୋ ପୃଥିବୀରୁ ପୁରା ଅଲଗା

ଧୋଇଧାଇ ସାଇତି ରଖିବା ସମୟରେ ଯେମିତି ଫାଟ

ଠିକ୍ ସେମିତି ଧୋକାଖିଆ ମନଟା ପାଏନା ଜମା ବାଟ

ସନ୍ତର୍ପଣରେ ସ୍ତବ୍ଧ ପାଲଟେ ମନ ଓ ହୃଦୟର ତନ୍ତୁ ସିରା

ତଥାପି କେବେ ଜୀବନ ଭରେନା ଅବିଶ୍ଵାସରେ ଭାଙ୍ଗିଯିବା

ଚିରିଥିବା ପୃଷ୍ଠାର ଚିହ୍ନ ପରି ରହିଯାଏ ଦାଗର ଗାଢ ଗାର

କିଛି ବ୍ୟସ୍ତତା ଓ ବିବ୍ରତ ଭିତରେ ଖୋଜିଚାଲେ ଜୀବନର ତାର

ପ୍ରେମରେ ପ୍ରତାରଣା ଖୁବ୍ ଅଧିକ କି କମ୍ ଜାଣେନା

ତେବେ ବି ସତରେ ଅବୁଝା ମନଟା ମାନେନା

ଲୁଚି ଲୁଚି ମନ କହେ କେତେ କଥା

ତଥାପି ଲୁଚିଛି କାହିଁ ଛଳନାର ବ୍ୟଥା

ଯିଏ ଦିଏ ସେ ବୁଝେନା

ଯିଏ ଖାଏ ସେ ମରମେ ଭାବନା

ପ୍ରେମରେ ଶରାଘାତ ଦଂଶନରେ

ସଜ ଫୁଲଟିଏ ମଉଳି ମହୁଲି ନିଶାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍