ଅନାଦି ଅନନ୍ତ
ଅନାଦି ଅନନ୍ତ
1 min
11.9K
ଓଁ ବ୍ରହ୍ମ ପରଂବ୍ରହ୍ମ ଅନାଦି ଅନନ୍ତ
ତୁମେ ହିଁ ଦିଗନ୍ତ ତୁମେ ସାରସ୍ୱତ୍ୱ
ତୁମେ ସେଇ ଚାବି ସକଳ ଘଟ ଗୁଢତତ୍ତ୍ୱ
ତୁମ ବିନା ଗଛରୁ ପଡେ ନାହିଁ ପତ୍ର
ତୁମେ ଶିବ ସୁନ୍ଦର ଶାଶ୍ୱତ
କେମିତି ବର୍ଣ୍ଣିବି ଛାର ତୁମକୁ କୁହତ
ଆଖି ଖୋଲିଲେ ପୂର୍ବ ଆକାଶ ରେ
ସଞ୍ଜ ନଇଁଲେ ରାତ୍ରୀ ଆକାଶ ରେ
ତୁମ ବିନା ମଣିଷ ଯାଏ ସ୍ମସାନଘାଟ
ଜୀବନ ଆରମ୍ଭରେ ତୁମେ
ଜୀବନ ଶେଷ ରେ ବି ତୁମେ
ମଝି ପୃଷ୍ଠା ପଢିବାକୁ ନଥାଏ ଫୁରସତ
ଅନନ୍ତ ବିଶ୍ୱବ୍ରମହାଣ୍ଡର ତ୍ରାଣକର୍ତ୍ତା
କାହିଁ ଆଦି କାହିଁ ଅବା ଅନ୍ତ
ନିଜ ଭିତରେ ନିଜକୁ କରି ସ୍ଥାପନା
ମଣିଷକୁ କରିଛ ବଶୀଭୂତ
କିଏ ଦେଖୁଛି ତୁମ ଜାତି କୂଳ ଗୋତ୍ର
ତୁମେ ତ ଅନାଦି ଅନନ୍ତ ବିଶ୍ଵରୂପ ସଚିତ୍ର.
