STORYMIRROR

Dr. Shiba Prasad Tripathy

Others

1.8  

Dr. Shiba Prasad Tripathy

Others

ଅମୃତର ପଥେ

ଅମୃତର ପଥେ

1 min
13.6K


ଅମୃତର ପଥେ ପଥେ

କିଏ, କିଛି ବାଟ ଗଲା

ଆଉ କିଏ !

ଛକି-ଶୂନ ଖେଳି ଖେଳି

ଅଧ ବାଟେ ରହିଗଲା

ତାହାତ' ଅଜଣା

ବାଟ କି'ଅବା ବୁଝେ

ବାଟୋଇ ଠିକଣା

ବାଟତ' ନିଜେ ବାଟବଣା ।।

ତୃତୀୟ ପାଦକୁ

ବେଶ୍ କିଛି ଜଣା

ତୁମ କଥା- ମୋ'କଥା

ଆମ ସଭିଙ୍କ

ଗହନ ତଳର ମନକଥା

କେତେ ବଙ୍କା- କେତେ ସିଧା

ଆରମ୍ଭରୁ ଶେଷର ଦୂରତା

କେତେ ନିର୍ଜନତା

କେତେ କାରୁଣ୍ଯତା

ତାଳୁରୁ ତଳିପା ଯାଏ

ଦେହସାରା ଉଇଲଗା

ହୃଦୟର କାନ୍ଥ କଥା

ଆଉ ଯେତେ ଯେତେ ବଳକା

ଅକୁହା ମନର ଖୋଲାକଥା ।।

ଏକାକଥା !

ତୁମକଥା- ମୋ'କଥା

ଆମ ସଭିଙ୍କ ଭାଗ୍ଯ କଥା

'କପାଳରେ ଯାହା ଲେଖା ଅଛି

ତାହା କି' କେବେ ଅନ୍ୟଥା ହୋଇଛି' !

ତୃତୀୟ ନୟନ ଫେଡି

ଆଉ ଜଣେ ଦେଖୁଛି

କାହା ପାଦ କେତେ

ତଳକୁ ଖସିଛି

ଶୁନ୍ଯରୁ ଶୁନ୍ଯକୁ ଆଉ କିଏ

ପାହୁଣ୍ଡ ଟେକିଛି

ଅମୃତର ଭାଣ୍ଡ କାଳେ-କେଉଁଠି

ଲୁଚି-ଛପି ଅଛି

ସମୁଦ୍ର ମନ୍ଥନରୁ ଯାହା ସେଦିନ

ପ୍ରାପତ ହୋଇଛି

ଅମୃତର ପଥେ ପଥେ

ପାଦ ବଢାଇଛି

ଅନନ୍ତ ଉଡାଣ୍ ପାଇଁ

ଏବେ ବେଶ୍ ପ୍ରସ୍ତୁତ ଅଛି !!!

*** *** ***

ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ,ଉଦୟ ନଗର

ଷ୍ଟେସନ ରୋଡ,ବଲାଙ୍ଗୀର (ଓଡିଶା)

shibatripathy262@gmail.com







Rate this content
Log in