STORYMIRROR

Sukanti Hotta

Others

3  

Sukanti Hotta

Others

ଅମୃତମୟୀ

ଅମୃତମୟୀ

1 min
175

ସୃଷ୍ଟିର ଖେଳ ମାଆର କୋଳ

କୋଟି ଫଳ ପୁଣ୍ୟର

ମାତୃ ଦିବସରେ ମାଆଙ୍କ ଚରଣେ

କୋଟି ପ୍ରଣାମ ମୋର

ଲାଳନ ପାଳନ ହସିହସି କରି

ଅମୃତ ଦେଉଥାଇ

ଅମୃତମୟୀ ଦୟାର ସାଗର

ସ୍ନେହ ପ୍ରେମ ବାଣ୍ଟୁଥାଇ

କଲ୍ୟାଣମୟୀ ସର୍ବସଂହା ସେ

କ୍ଷମାର ବାରିଧି

ପଣତ ତଳେ ସ୍ୱର୍ଗ ସୁଖ ସହ

ମିଳେ କୋଟିନିଧି

ମାତୃ ଦିବସରେ ମନ ହୁଏ ମୋର

ଚରଣ ଧୂଳି ନେବି

ପାଖରେ ବସି କୋଳରେ ଶୋଇ

ଜୀବନେ ଧନ୍ୟ ହେବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍