STORYMIRROR

Sudhanjali Mishra

Others

3  

Sudhanjali Mishra

Others

ଅମୃତ ସନ୍ତାନ

ଅମୃତ ସନ୍ତାନ

1 min
208

ଧରାପୃଷ୍ଠ ପରେ ଅମୃତ ସନ୍ତାନ

ଅନୁପମ ଦାନ ସ୍ରଷ୍ଟାଙ୍କର

ଉତ୍ତମ ଗୁଣର ଅଧିକାରୀ ହୋଇ

ଛୋଟରୁ ହୁଏ ସେ ବୃହତ୍ତର ।।

ଛୋଟ ବୋଲି କେବେ ହେୟ କରନାହିଁ

ଛୋଟରେ ହିଁ ବଡ ସତ୍ତା ଥାଏ

ଫୁଟିଲା ଫୁଲକି ଫୁଟେ ଆଉଥରେ

କଢ଼ ଟି ତ ପ୍ରସ୍ଫୁଟିତ ହୁଏ ।।

ଆଜିର ଶିଶୁ ଯେ କାଲିର ଭବିଷ୍ୟ

ଗୌରବ ସେ ଦେଶ ଜାତି ପାଇଁ

ସୁସଂସ୍କାର ଦେଇ ଗଢିଲେ ତାହାକୁ

ଆଣେ ସମ୍ମାନ ମାତୃ,ମାଁ ପାଇଁ ।।

ଶିଶୁ ଅଟେ କଞ୍ଚା ମାଟିର ସ୍ବରୂପ

ଯେଉଁ ରୂପ ଦେବା ସେହିପରି

ଗଢି ହୋଇଯାଏ ସେହି ସେ ଢାଞ୍ଚାରେ

ଉତ୍ତମ ସଂସ୍କାର ପାଇକରି ।।

ଯଦି ଶିଶୁଟିଏ କୁସଙ୍ଗେ ଜଡିତ

 ହୋଇଥାଏ ସଦା ବାଟବଣା

ଉତ୍ତମ ଆଦର୍ଶ ପଥକୁ ଦେଖାଇ

କରିବା ତାକୁ ଆମେ ଠିକଣା ।।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍