STORYMIRROR

Sasmita Choudhury

Others

3  

Sasmita Choudhury

Others

ଅମୀୟ ବନ୍ଧୁତ୍ବ

ଅମୀୟ ବନ୍ଧୁତ୍ବ

1 min
244


ଅଳ୍ପ କେଇପଦ କଥାରେ

ବୁଝିନିଏ ଅନ୍ତର ତଳର 

ପୁଞ୍ଜିଭୂତ ସମସ୍ତ ଜ୍ବଳନ, 

ଶୋକୋଚ୍ଛ୍ବାସ, ଦୀର୍ଘ ଶ୍ବାସ 

ସବୁକୁ ଆପଣେଇ ନେଇ 

ଆତ୍ମୀୟତାର 

ହାତଟି ଲମ୍ବେଇ 

ଦିଏ ଆଲିଙ୍ଗନ, 

ସୁଖ-ଦୁଃଖ, ଲାଭ-କ୍ଷତି ଠାରୁ 

ଊର୍ଦ୍ଧ୍ବେ ଯା'ର ସ୍ଥାନ, 

ସତେ ଅବା 

ଅନାବିଳ ସେ ଭାବରେ

କି ଯେ ସମ୍ମୋହନ ..!!! 


ଯେଉଁ ଭାବ ସମୁଦ୍ରରେ 

ନାହିଁ କେବେ 

ଭଟ୍ଟା ବା ଜୁଆର, 

ଯେ ଭାବ ସମୁଦ୍ରେ ନାହିଁ 

ଭୟ ସୁନାମିର - 

ଯେ ଭାବ ସମୁଦ୍ର...... 

ମିଥ୍ଯା ଆତଙ୍କ ରହିତ, 

ଅମୀୟ ପରଶ ଯା'ର 

ହୃଦୟର ନିଭୃତ କୋଣରେ 

ଆତ୍ମାର ସଫେଦ ପୃଷ୍ଠାରେ 

ସ୍ବର୍ଣ୍ଣାକ୍ଷରେ ହୁଅଇ ଲିଖିତ, 

ମୃତ୍ୟୁଶୀଳ ମର୍ତ୍ତ୍ୟର 

ଅତୁଟ ବନ୍ଧନଟିଏ... 

ତାହାହିଁ ବନ୍ଧୁତ୍ବ ।



Rate this content
Log in