Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ଅଲୋଡ଼ା ଜୀବନ

ଅଲୋଡ଼ା ଜୀବନ

1 min
173


କେତେ ଦୁଃଖ ସତେ ଏଇ ମଣିଷ ଜୀବନେ

କେତେ ଯେ ଲାଞ୍ଚନା କେତେ ଯେ ତାଡନା

କି ଅଦ୍ଭୁତ ସଂସାର କିମ୍ଭୁତ କିମାକାର

ବିଚିତ୍ର ଦୁନିଆଁ  ।

ଅନେକ ଯନ୍ତ୍ରଣା ଭରା ଏ ଜଂଜାଳ ଜାଳ

ବିକଳେ ଜୀବନ ମନ ଆହା କି ଆତୁର

କିଏ ଏଠି ଆତ୍ମଜ କିଏ କହ ଅବା କହ

ଅଛି ଆପଣାର  ।

ଶୈଶବ ଖେଳ ରୋଳ ଯୌବନ ଉଦ୍ଦାମ

ସତ୍-ପଥ, ଅପଥ ଜ୍ଞାନ ହେଲା ବିସ୍ମରଣ

ଉତ୍ସାହିତ ହେଲା ମନ କାମନା ବାସନା ଭୋଳେ

କଟିଲା ଜୀବନ ।

ଜୀବନ ଯୁଦ୍ଧରେ ଅହରହ ସେପାଇଁ ସ‌ଂଗ୍ରାମ

ଆମୋଦ, ପ୍ରମୋଦ ପୁତ୍ର, କନ୍ୟା, କାମିନୀ, କାଞ୍ଚନ

ସଞ୍ଚିତ ଅନେକ ପାପ କେତୁ ସମ ଗିଳିଲାଣି ପୂଣ୍ୟ ରୂପି

ପୂର୍ଣ୍ଣିମାର ଜହ୍ନ ।

ଚତୁର୍ଥ ସମୟ ଆସି ଉପଗତ ଏଇ ଅନ୍ତିମ ପର୍ବ

ଅଲୋଡା ଅଖୋଜା ଗୋଟେ ଅଦରକାରୀ ଜୀବ

କାହିଁ କହ ପ୍ରତିପତି ନିରାଶ୍ରୟ ଏକାଏକା କିଏ ବନ୍ଧୁ

କାହିଁ ବା ବାନ୍ଧବ ।

ନିଜ ହାତେ ପୋତି ଥିବା ମହାକାଳ ଫଳ

ମହାଦ୍ରୁମ ହୋଇ ବାଣ୍ଟେ ଫଳେ ହଳାହଳ

ସେ ବିଷ ବିଳୟ ଆଜି ପଛେ ପଛେ ତୋର

କରିବ କବଳ ।

ଗଲାଦିନ, କଲା କର୍ମ ଅବଶେଷେ ଆତ୍ମ ଚିନ୍ତନ

ଶେଷଦୃଶ୍ୟ ଅଭିନୟେ ଅଭିନିତ ଅନେକ ଦହନ

ଅନେକ ଯାତନା ଯନ୍ତ୍ରଣା ବଂଚିବାଟା ଦୁର୍ବିସହ 

ମରିବା ସମାନ ।

ଦୁଃଖୀ କି ମରଣ ନାହିଁ ସୁଖି ପାଇଁ ନଥାଏ ଆୟୁଷ

ସପନକୁ ରାତି ନାହିଁ ଦିନୁ ଦିନ ଗଡୁଛି ବୟସ

ସେଇ ଏକା ସାହା, ତେଣୁ ଭଜ ମନ ନିର୍ବିକଳ୍ପ 

ଅନନ୍ତ, ଅଚ୍ୟୁତ ।


Rate this content
Log in