STORYMIRROR

Writer Roja Panda

Others

2  

Writer Roja Panda

Others

ଅଲୌକିକ ପୁରୁଷ

ଅଲୌକିକ ପୁରୁଷ

1 min
13.5K



ଶ୍ରେଷ୍ଠତମ ସର୍ଜନା ଥିଲୁ ତୁ ବିଧାତାର ସୃଷ୍ଟିରେ

ବୁଦ୍ଧି ଶୁଦ୍ଧି, ରୂପ ଗୁଣ ,ଅନୁପମ ଥିଲୁ ତୁ ସବୁଥିରେ

ଲାଗୁଥିଲା ଯେମିତି ଆରମ୍ଭ ହୋଇ ଜୀବନ ତୋଠାରୁ ମୋର

ପୁଣି ଶେଷ ହୋଇଯାଇଛି ତୋହରି ଠାରେ

ମୋ ପାଇଁ ତୁ ହିଁ ଥିଲୁ କେବଳ ଏକ ସୁଖ ଅବଶେଷ

ଯାତନାର ଏଇ ଜୀବନ ଯଜ୍ଞରେ.......

ଖୁବ କୋମଳ ଆଉ ମଧୁମୟ

ହୋଇଯାଇଛି ଜୀବନ ମୋର

କେବଳ ତୁ ପାଖରେ ଅଛୁ ବୋଲି

ସବୁ କଳ୍ପନା ,ସବୁ ଆକାଂକ୍ଷା ଆଉ ସବୁ ଭାବନା ମୋର

ହୋଇଯିବ ଅଛାଟକେ ଚୁନା

ଯେତେବେଳେ ବିନା କିଛି ଶବ୍ଦେ

ନିରବେ ଦୁରକୁ ଯିବୁ ତୁ ଚାଲି.....

ହସିଦେଉ ଯେବେ ତୁ କୁଣ୍ଠିତ ହସଟେ

ତୋର ସେ ମୁଦ୍ରିତ ନୟନ ଖୋଲି

ଦୁଃଖ ସବୁ ଚାଲିଯାଏ ମୋର

ଦଲକାଏ ପବନ ପରି,ଆଦ୍ର କରି ମରୁବାଲି....

ହେ ମୋର ମହାନ ପୁରୁଷ ଏତିକି କାମନା ମୋର ତୋ ନିକଟରେ

ରହିଥା ତୁ ଚିରକାଳ ହୋଇ ମୋର ଆତ୍ମାରେ ପରମାତ୍ମା ପରି

ଜୀବନର ସବୁ ଘାତ, ପ୍ରତିଘାତ, ବାଧା, ବିଘ୍ନକୁ ବିନା କିଛି ଦ୍ବିଧାରେ

କରିନେବି ସାମ୍ନା ଯଦି ଚାଲୁଥିବୁ ସାଥେ ହାତ ମୋର ଧରି......


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦

Emaill-roja.saumya@gmail.com



Rate this content
Log in