STORYMIRROR

Santosh Pattnayak

Others

3  

Santosh Pattnayak

Others

ଅକୁହା କଥା

ଅକୁହା କଥା

1 min
138


ପ୍ରତ୍ୟୁଷରୁ ସଞ୍ଜ      ସଦା ଦହଗଞ୍ଜ 

      ଯନ୍ତ୍ରଣାରେ ଜରାଜିର୍ଣ୍ଣ

କପାଳଟା ଫଟା   ଏଇ ଜୀବନଟା

    ବିଷାଦେ ବେଦନା ପୂର୍ଣ୍ଣ ।


ଅତ୍ୟଧିକେ ଇତି     ମର୍ମାହିତେ ମତି

    ଦଇବ ଖଞ୍ଜିଲା ଦୁଃଖ 

ଦୁଃଖ ଦରିଆରେ  ଦେହ ଦେଲି ଧୋଇ

     ସପ୍ତ ପାଲଟିଲା ସୁଖ ।


ସମାଜ ଗାଇଲା   ପ୍ରେମ ନିନ୍ଦା ମୋର

     ଦୂରେ ଗଲା ପ୍ରିୟତମା 

ପ୍ରିୟା ଲାଗି ବ୍ୟଥା   ଅକୁହା ସେ କଥା

    ସହି ହେଉନାହିଁ ଜମା ।


ଯାହା ଇଛା କଲି    ତାହା ମିଳିଲାନି 

     ଆଖିରେ ଆଖିଏ ଲୁହ 

ଲୁହକୁ ନେଇକି     କି'ସ୍ନପ୍ନ ଦେଖିବି 

    ଛାଡିବି ଏବେ ମୁଁ' ଦେହ ।


ନୂଆଁ ସାଥି ସହ   ପ୍ରିୟା ତୋଳେ ଘର

    ହାତ ଠାରେ ମୋତେ ଜୁଇ

ନିରୂପାୟ ହେଲି    ନିଃସଙ୍ଗ ନିଆଁରେ

     ଚିତାଗ୍ନିରେ ଯିବି ଶୋଇ ।


Rate this content
Log in