STORYMIRROR

Sunanda Mohanty

Others

3  

Sunanda Mohanty

Others

ଅକୁହା କଥା

ଅକୁହା କଥା

1 min
205


ଏ ମନରେ ଯେତେ ଅକୁହା କଥା

କହି ହୁଏନାହିଁ କାହାକୁ

ଅକୁହା କଥା ଯେବେ ଏକାନ୍ତ ସ୍ୱତନ୍ତ୍ର

କହିବି ଭାବେ ଯାହାକୁ

ନୀଳଆକାଶ ଓ ନୀଳସମୁଦ୍ର କାହିଁକି

ଆନମନା କରେ ମନକୁ

ନୀରବତା ତଥା ଗଭୀରତା ତାର

ଆନ୍ଦୋଳିତ କରେ ମନକୁ

କୋଣାର୍କ ମନ୍ଦିର ନର୍ତ୍ତକୀ ଭିତରେ

ଆବଦ୍ଧ ମନ ଗହନ ଆବେଗକୁ

ଛନ୍ଦା ଚରଣେ ସମର୍ପିତ ଅନ୍ତର ବେଦନା

ନୀରବେ କୁହେ ଯାହାଙ୍କୁ

ବଇଁଶୀର ସ୍ୱର ଓ ବାଙ୍କଚୂଳ ଶୁଣି ଦେଖି

ଅଶ୍ରୁ ଝରିଯାଏ ତଳକୁ

ମନର ବେଦନା ହୃଦୟ ଚେତନା

କହିବି ଭାବେ କାଳିଆଙ୍କୁ

 ଅବଢ଼ା ତୋରାଣି କୈବଲ୍ୟ ବାୟାଣୀ

ହେଉଅଛି କାଳକାଳକୁ

ମନର ଅକୁହା କଥା ଜାଣି ମହାବାହୁ

ଯାଆନ୍ତି ନରେନ୍ଦ୍ର ଚାପ ଖେଳିବାକୁ

ରଥରେ ବର୍ଷକେ ଗୁଣ୍ଡିଚା ମନ୍ଦିରକୁ

ବାରମାସେ ତେର ଯାତ୍ରା ଦେଖିବାକୁ

ଚତୁର୍ଦ୍ଧା ସାଜିଛନ୍ତି କଳି କାଳକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍