ଅକ୍ଟୋବର ୧୪
ଅକ୍ଟୋବର ୧୪
1 min
598
ଗତଦିନେ ଯେ ଠାରେ
ଫଟୋ ନେଇଥିଲୁ
ଦୁହେଁ ସେଠାକୁ ଗଲୁ ଆଜି ।
ତିତିଲି ବାତ୍ୟାରେ
ସବୁ ତ ଯାଇଛି
ଖାଲି ସ୍ମୃତିଟି ରହିଛି ବାକି ।। ୧।।
ପୋଲଟି ଭାସିଛି
ସାହାରା ହଜିଛି
ଭାଙ୍ଗିଛି ଲୋକଙ୍କ ବାଟ ଅଣ୍ଟା ।
ଜୀଇ କଲା କି ହେଲା
ଭାଳି ଭାଳି ଲୋକେ
ପୂଜନ୍ତି ବାତ୍ୟାକୁ କରି ବକା ।।୨।।
ସେ ଥିଲା ସଭିଙ୍କର
ସୁନ୍ଦର ନିଜର
କଳିଙ୍ଗ ଦଳା ଆନିକଟ ।
ଭ୍ରମଣ ବେଳର
ସଭିଙ୍କ ତୋଷ
ଥିଲା ଶୋଭା ଗନ୍ତାଘର ବାଟ ।।୩।।
ବଢ଼ି ଗୋଳି ପାଣିରେ
ଡେଇଁ ଖେଳେ ମୀନ
ଯେହ୍ନେ ଜାଲିଆ ଝିକେ ଜାଲକୁ ।
ଅବିକଳ ଆମ୍ଭେ
ଅଳି କରୁ ସର୍ବେ
ଦିଅ ସୁରକ୍ଷା ଆମ୍ଭ ପାଟକୁ ।।୪।।
ରଂଜନ କୁମାର ଵ୍ରହ୍ମା
ଶିକ୍ଷକ - CRCC, ଚିକିଟୀ ଗଡ଼ ।
