Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Kumar Panda

Others

4.5  

Pradeep Kumar Panda

Others

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
23.5K



'ଅକ୍ଷୟ ତୃତୀୟା'      ମହାତ୍ମ୍ୟ ଅନେକ

       ଶୁଣ ଶୁଣ ସୁଧୀ- ଜନ,

ଗଙ୍ଗା-ମାତା ଏହି      ପୁଣ୍ୟ ଦିବସରେ

       ମର୍ତ୍ତ୍ୟରେ ଅବତରଣ ।


ସତ୍ୟ କି ତ୍ରେତୟା     ଦ୍ଵାପର ଓ କଳି

       ଏ ଦିବସେ ଶୁଭାରମ୍ଭ,

ଜନ୍ମ ହୋଇଥିଲେ      ଅନେକ ମହର୍ଷି

       ପର୍ଶୁରାମ ଜୟଦେବ ।


ଅକ୍ଷୟ ତୃତୀୟା      ଦିବସେ ଖଜାନା

       କୁବେର ହୋଇଲେ ପ୍ରାପ୍ତ,

କୌରବ ସଭାରେ     ଦ୍ରୌପଦୀଙ୍କୁ କୃଷ୍ଣ

       ଦେଇଥିଲେ କୋଟି ବସ୍ତ୍ର ।


ଏହି ଦିବସରେ      ମାତା ଅନ୍ନପୂର୍ଣ୍ଣା

       ଜନ୍ମ ଲଭିଲେ ଧରାର,

ଉତ୍କଳୀୟ ପର୍ବ      ଅକ୍ଷୟ ତୃତୀୟା

       ଶୁଭ ଦିନ ଚାଷୀଙ୍କର ।


ଜନକ-ନନ୍ଦିନୀ    ମାତା ସୀତା ଦେବୀ

      ହୋଇଥିଲେ ଆବିର୍ଭାବ,

ପବିତ୍ର ଦିବସେ       ମହାପ୍ରଭୁଙ୍କର

       ରଥ ନିର୍ମାଣ ଆରମ୍ଭ ।


ଶ୍ରୀକୃଷ୍ଣ-ସୁଦାମ      ବନ୍ଧୁଙ୍କ ମିଳନ

       ଅକ୍ଷୟ ତୃତୀୟା ଦିନ,

ଦାନ-ଧର୍ମ-କର୍ମ      ଶୁଭ ଓ ମଙ୍ଗଳ

       ମନେରଖ ସୁଧୀ-ଜନ ।


ସ୍ଵର୍ଣ୍ଣ ଅଳଙ୍କାର      ଯେ' ହୁଅଇ ପ୍ରାପ୍ତ

       ସେ' ହୁଅଇ ଲକ୍ଷ୍ମୀବନ୍ତ,

ସ°ସ୍କୃତିର ପର୍ବ     'ଅକ୍ଷୟ ତୃତୀୟା'

       ମଙ୍ଗଳମୟ ମହତ୍ତ୍ଵ ।


Rate this content
Log in