STORYMIRROR

Eli Mohanty

Others

2  

Eli Mohanty

Others

ଅକ୍ଷୋଭ୍ୟ

ଅକ୍ଷୋଭ୍ୟ

1 min
13.3K



କାହାର କିଛି ଭାଗ ନଥାଏ

ନା ଲୁହ

ନା ରକ୍ତ

ବିନ୍ଦୁଏ ଲୁହର ପରିଧିରେ

ବ୍ୟାପ୍ତ ତୁମ

ଗୋଟିଏ ପାଦର ପୃଥିବୀ

ମୋ ପାଦ ପାଇଁ

ମାଟିକୁ ଜାଗା ମାଗିବାବେଳେ

ସବୁ ବାଟରେ ରକ୍ତଛିଟା

ସେଇଠି ଖୁବ ନିସ୍ୱ ମୁଁ....!

ତୁମର ଉଡି ଉଡି ଆସୁଥିବା ସ୍ୱରରେ

ସାରା ରାତି

ମାଇଲ ମାଇଲ ଯାତ୍ରା କରିଛି

ଶାନ୍ତିର କପୋତ

ହଳେ ଶ୍ୱେତବର୍ଣ୍ଣ ଡେଣା କ୍ଳାନ୍ତ

ସମୟ ଦାଢରେ

ଘୋରି ହେଇଯାଇଛି

ନଖ, ଚଂଚୁ

ଯୋଡେ ଆଖିତାର

ସ୍ଥିର

ନିରାସକ୍ତ....!

କପୋତଠୁ ଶୁଣିଛି

କେମିତି

ଦୁଇଟି ମତାନ୍ଧ ଗୋଷ୍ଠୀର ଲଢେଇରେ

ଭାଗ ଭାଗ ହେଇଯାଉଛି

ମଧ୍ୟପ୍ରାଚ୍ୟର ଇତିହାସ

ଭାଂଗିଯାଉଛନ୍ତି ବାମିୟାନର ବୁଦ୍ଧ

ଗୋଟିଏ କ୍ରୁର ଏକଛତ୍ରବାଦର ଇସାରାରେ

ଲହୁଲୁହାଣ

ଉତ୍ତର କୋରିଆ

ଆସ୍ତେ ଆସ୍ତେ

ରକ୍ତବୋଳା ତୂଳୀରେ

ଅଂକାଯାଉଛି

ପୃଥିବୀର ଅକ୍ଷାଂଶ..ଦ୍ରାଘିମା

ରକ୍ତ କି ଲୁହରେ ନୁହେଁ

ମୁଁ ଭାଗ ଚାହେଁ

ତୁମର ଏ

ରାତିକର କାହାଣୀରେ.....!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍