STORYMIRROR

Maheswar sahoo

Others

2  

Maheswar sahoo

Others

ଅକଲ ଫେରିବ

ଅକଲ ଫେରିବ

1 min
130

ବାଞ୍ଛାନିଧି ବଙ୍କୁ ଜୁଇ ମୁଣ୍ଡରେ,

ପାପ ଧୋଇ ଭସ୍ମ କୀର୍ତ୍ତୀସ୍ତମ୍ବରେ ।

ଦୁଗୁଲି ଡିଆଁ,

ଡଙ୍କ ଛାନିଆଁ,

ପ୍ରକୃତିରେ ଶାନ୍ତି ମାନିଆଁ ଧରେ ।।


ନାରୀ ମାଂସ ଲୋଭେ ତରାଟୀ ବାଇ,

ଘିନିଆ କାକରା ରଜ ଲଗାଇ ।

ଛନକା ଦେହୀ,

ସରମ ନାଈଁ,

ବୟସ ଘାଣ୍ଟିଆ ଲାତୁଆ ଖାଇ ।।


ଧନ ସମ୍ପଦର ରସିଆ ମୂଷା,

ଗରବ ପାହାଡ଼ ଧାରୁଆ ଠେସା ।

ନାଟୁଆ ନରୀ,

ହାଟ ପୂଜାରୀ,

ଭୀମ ଭୟଙ୍କର ଦଇବ ମାରି ।।


ଜ୍ଞାନୀ ଅହୀରାଜି ହାଟ ବସାଇ,

ମନ୍ତବ୍ୟ ଗଞ୍ଜଣା ଠୁସିଆ ପାଇଁ ।

ଠେଙ୍ଗିଆ ଡିଆଁ,

ହାତୀ କାଢୁଆ,

ରସ ରସିଆର ଜ୍ଞାନ ଫଡୁଆ ।।


ବିଜ୍ଞାନର ଚାଟ ମହସ ଫେରି,

ଉପୁଡି ଉଜାଡ଼ି ଅଜ୍ଞାନ ହରି,

ଉମଙ୍ଗ ରିଆ,

ମଙ୍ଗ ହାଦୁଆ,

କଲାମ ତୁଳନା କଟାକ୍ଷ ହିଆ ।।


ମୁଁହ ଟାଣ ସଙ୍ଗେ ଭେସ ବିଛୁଆ,

ଲଗାମ ଖଣ୍ଡୁଆ ଭାଷା ପେଚିଆ ।

ସମ୍ରାଟ ଗାଦି,

ଭେସ ଅନାଦି,

ଉରୁ କୁମ୍ଫ ନଳୀ ଫସ ଫସିଆ ।।


ବୃକ୍ଷ ମରୁଚିକା ଧ୍ବଂସ କାନନ,

ବାତ୍ୟା ବିଭୀଷିକା ବିଦିଅ ମାନ ।

ଶ୍ରୀହୀନ ଆଜି,

ବିଜ୍ଞାନ ପାଜି,

ଅଲାଜୁକ ପଣେ ଜନ ବିପନ୍ନ ।।


ମୁରୁକି ହସରେ କୁଜିଆ ଠାଣି,

ମନକୁ ଆଦରି ବେହିଆ କାଣି ।

ତୁକୁଲି ଡିଆଁ,

କଉତୁକିଆ,

ନକଲି ଡୁଙ୍ଗୁରା ତକଲି କଇଁ ।।



ମହେଶ୍ୱର ସାହୁ

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ଵର(ଭଦ୍ରକ)



Rate this content
Log in