STORYMIRROR

Ranjan Kumar Brahma

Others

2  

Ranjan Kumar Brahma

Others

ଅଜବ ଭୋକ

ଅଜବ ଭୋକ

1 min
478

** ଅଜବ ଭୋକ **


ରଞ୍ଜନ କୁମାର ଵ୍ରହ୍ମା, ଚିକିଟୀ ଗଡ଼


ସର୍ପ କବଳରେ ଥିବା

ମଣ୍ଡୁକ ସଦୃଶ

ଜୀବନ ଜୀଈଁବା ନାଁ ରେ

ଖାଦ୍ୟ ଅଖାଦ୍ୟ

ସର୍ବସ୍ବ ଖାଆନ୍ତି ଅନେକ

ଜୀବନ କ୍ଷଣ ସ୍ଥାୟୀ ଜାଣି ଜାଣି ।।


ପାଦପ ବିନା ପାଦେ

ଧର୍ମ ଅର୍ଜିବା କଠିନ ।

ପୂଜା କରିବା ମନ୍ଦିର ଯିବା ଆଳରେ

ପ୍ରଦୁଷରୁ କଢ଼ ଫୁଲ ଫଳ

ପତ୍ର ଶାଖାକୁ ମୋଡି ଛିଣ୍ଡାଇ

ତରୁ ଵଂଶକୁ ଧ୍ୱଂସ କରିବା

ଅଜବ ଭୋକ ।

ସର୍ବନାଶ କୁ ଆପଣାନ୍ତି ଜାଣି ଜାଣି ।।


ଛୋଟଙ୍କୁ ଆଦର ବଡ଼ଙ୍କୁ ସମ୍ମାନ

ଦେଉଥିବା ଜୀବନ ଉଚ୍ଚ ।

ମାର୍ଜାର ସଦୃଶ

ଛକି ରହି ଶିକାର କରେ

ଅନ୍ୟର ଜୀବନ ସମ୍ମାନ

ସେ ନିଜେ ଚିରସ୍ଥାୟୀ ନୁହଁ ଜାଣି ଜାଣି ।।


କିଏ ନ ଜାଣେ

ଭୋକ ସୂର୍ଯ୍ୟ ଚନ୍ଦ୍ର ମାନେନି

ମାନେନି ସ୍ଥାନ କାଳ ପାତ୍ର ।

ଚାଲ ପଚାରିବା

ସେବା ନା ରେ ଶୋଷଣ

ଧର୍ମ ନା ରେ ଅଧର୍ମ

ଦୟା ନା ରେ ଅକଥନୀୟ ଦୁଃଖ

ଜୟ ନା ରେ ପରାଜୟ

ଭୋଗୁଥିବା ବ୍ୟକ୍ତିଟିକୁ

ଏହି ଅଜବ ଭୋକର ରହସ୍ୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍