STORYMIRROR

कार्त्तिक सेठी

Children Stories

4  

कार्त्तिक सेठी

Children Stories

ଅଜାଙ୍କ ସାଥିରେ ମଜା

ଅଜାଙ୍କ ସାଥିରେ ମଜା

1 min
472

ଚଗୁଲୁ ବଗୁଲୁ   ଆଉ ତୁଲୁ ମୂଲୁ 

     ଖେଳୁଥିଲେ ଆମ୍ଵ ତୋଟାରେ

ଶୋଇଥିଲେ ଅଜା ନେଉଥିଲେ ମଜା

     ପଡ଼ିଗଲା ଆମ୍ବ ପେଟରେ ।।


ଛାଡ଼ି ହୁଙ୍କା ରଡ଼ି  ଧରି ବଙ୍କା ବାଡ଼ି

      ଗୋଡ଼ାଇଲେ ଅଜା ରାଗରେ

ପଡ଼ି ଉଠି ପଡ଼ି ଦଉଡ଼ି ଦଉଡ଼ି

      ବଗୁଲୁ କହୁଚି 'ଭାଗୋ'ରେ ।।


ଦେବଟି ଚାପୁଡ଼ା  ମାରିଦେବ ବୁଢ଼ା

      ଖଇ ଫୁଟିଯିବ ପିଠିରେ

ଭାତରନ୍ଧା ଖେଳ ଆଉ ସାଙ୍ଗମେଳ

       ସାରିଦେବ ସବୁ ଲାଠିରେ ।।


ଶୁଣ ଶୁଣ ପିଲେ  ଡର ନାହିଁ ମୋତେ

       ମାରିବିନି ଜମା ସତରେ

 କଥାଟି ଗୋଟିଏ   ବୁଝାଇ କହିବି

        ଶୁଣିଲେ ହସିବ ମଜାରେ ।।


ଏହି କଥା ଶୁଣି   ଚଗୁଲୁ କହିଲା

      ବାଡ଼ି ଯେଣୁ ତୁମ ହାତରେ

ଯିବୁନାହିଁ ଅଜା ବଜାଇବ ବାଜା

      ଚଖାଇବ ଆମ ପିଠିରେ ।।


ବାଡ଼ି ଫିଙ୍ଗି ଦେଇ ଟିକେ ଦୂର ଯାଇ

      ଅଜା ପଡ଼ିଗଲେ ଘାସରେ

ଚଗୁଲୁ ବଗୁଲୁ   ଆଉ ତୁଲୁ ମୂଲୁ

        ଆସି ଗଡ଼ିଗଲେ ହସରେ ।।


      

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍