STORYMIRROR

Manash ranjan Pattanayak

Others

3  

Manash ranjan Pattanayak

Others

ଅହ୍ୟରାଣୀ

ଅହ୍ୟରାଣୀ

1 min
366


ଅହ୍ୟରାଣୀ ସାଜି ଯାଉଛି ଦେଖଗୋ ଅହ୍ୟ ଡେଙ୍ଗୁରା ବଜେଇ,

ବନ୍ଧୁପରିଜନ ଆତ୍ମୀୟ ସ୍ବଜନ କୋକେଇରେ ତାକୁ ଥୋଇ!

କେତେ ପରକାରେ ସଜେଇ ହୋଇଛି ପାଦରେ ଅଳତା ନାଇ!!

(ଯିବ ସେ ମଶାଣି ଭୂଇଁ। ଜଳିବ ସଧବା ଜୁଈ)


ଗୁମୁରି ଗୁମୁରି କାନ୍ଦୁଥାନ୍ତି ଦେଖ ସାହିପଡିଶାର ଲୋକେ,

ଗହନ ନିଦରେ ଶୋଇଯାଇଅଛି ଅଫେରା ରାଇଜ ଡାକେ!

କିଛି କ୍ଷଣ ପରେ କାଠଭାଡି ପରେ ଥୋଇଦେବେ ତାକୁ ନେଇ!!

(ଯିବ ସେ ମଶାଣି ଭୂଇଁ। ଜଳିବ ସଧବା ଜୁଈ )


ପରିରାଇଜରେ ଉଭେଇ ଯିବଟି ସୁନ୍ଦର ରୂପଟି ତାର,

ବିଦାୟ ବେଳାରେ ବିଦାୟ ଜଣାନ୍ତି ବନ୍ଧୁ ସଖା ସହୋଦର!

କପାଳେ ସିନ୍ଦୂର ନାଈ ଅଛି ସେହି ଦାଉ ଦାଉ ଝଟୁଥାଇ

(ଯିବ ସେ ମଶାଣି ଭୂଇଁ। ଜଳିବ ସଧବା ଜୁଈ )


ସଞ୍ଜ ଆକାଶର ଚିକିମିକି ତାରା ଅଜାଡି ଦିଏ କିରଣ

ଛାଡି ଯାଉଅଛି କିଛି ନେଉ ନାହିଁ ଧନରତ୍ନ ଆଭୁଷଣ 

ଗୋଲାପି ଦେହର ରଙ୍ଗ ଚୋରି କରି ରଙ୍ଗାୟିତ ହେବ ଜୁଈ

(ଯିବ ସେ ମଶାଣି ଭୂଇଁ। ଜଳିବ ସଧବା ଜୁଈ )



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍