STORYMIRROR

Kulamani Sarangi

Others

3  

Kulamani Sarangi

Others

ଅହମିକା

ଅହମିକା

1 min
12.9K


ଅହମିକା 

 

ଅହମିକା ! ତୁମେସିନା ଶୋଭାପାଅ- ଦିଗ୍ ବିଜୟୀ ସିକନ୍ଦରଠାରେ, ପରାସ୍ତ ପୁରୁ ରାଜାର ବୀରୋଚିତ ଚାହାଁଣିରେ, ଉନ୍ନତ ମଥାରେ ଆଉ ଗମ୍ଭୀର ବାଣୀରେ।

ତୁମେସିନା ଶୋଭାପାଅ ପରାଜିତ ଦୁର୍ଯ୍ୟୋଧନ ପାଶେ,ବିଜୟ ଗର୍ବେ ଗର୍ବିତ ଧର୍ମସୁତ ଦୀପ୍ତ ମୁଖଦେଶେ,ଗାଣ୍ଡିବୀର ଅଟ୍ଟହାସେ।

ତୁମେ କି ପାଇବ ଶୋଭା ଶୀଖଣ୍ଡୀର ଛଳନା ବିଜୟେ! ,ଶକୁନୀର କପଟପାଶାରେ ଆଉ ସପ୍ତରଥି ମାନଂକର କାପୁରୁଷ ଜୟେ !

ତୁମେ କି ପାଇବ ଶୋଭା କୌରବଙ୍କ ଦ୍ବିତ ବିଜୟରେ,ପାଷାଣ୍ଡଙ୍କଅଟ୍ଟହାସେ ଦ୍ରୌପଦୀର ବିବଶ ବେଳରେ?

ଅହମିକା ! ସଦାତୁମେ ନୁହଁ ପରିତ୍ୟଯ୍ୟ ଅବା ଅପାଂକ୍ତେୟ;ତୁମେ ସମଭାବେ ଦେଇଅଛ ତୁମ ତେଜୋଦୀପ୍ତ ପରିଚୟ।

କୁଳମଣି ଷଡଙ୍ଗୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍