Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Others

3  

Jayashree Maharana

Others

ଅଗ୍ନି

ଅଗ୍ନି

1 min
527


ସକଳ ଶକ୍ତିର ଆଧାର ସୂରୁଜ

ଅଗ୍ନିର ପିଣ୍ଡୁଳା ସିଏ

ଅନ୍ଧାର ହଟାଇ ଅଗ୍ନି ଜାଳିଦିଏ

ଆଲୋକ ବର୍ତ୍ତିକାଟିଏ ।


ଜନମ ବେଳରେ ଏନ୍ତୁଡ଼ି ଶାଳରେ

ଅଗ୍ନି ପ୍ରଜ୍ଜ୍ଵଳିତ ହୁଏ

ଅଗ୍ନିର ପରଶେ ନୂତନ ଜୀବନ

ବଞ୍ଚିବାର ରାହା ପାଏ ।


ମରଣ କାଳରେ ମଶାଣି ଭୁଇଁରେ

ଅଗ୍ନି ଜଳିଉଠେ ଯେବେ

ରକ୍ତ ମାଂସ ଦେହ ନାଶ ହୋଇଯାଏ

ଆତ୍ମା ମୁକ୍ତିପାଏ ତେବେ ।


ଅଗ୍ନି ବିନା ପାକ ହୁଏନା ସମ୍ଭବ

ଖାଦ୍ୟ ରୁଚିକର ନୁହେଁ

ହିଂସ୍ର ଜନ୍ତୁଠାରୁ ସୁରକ୍ଷା ଦେବାରେ

ଅଗ୍ନି ସହାୟକ ହୁଏ ।


ନିମିତ୍ତ ମାତର ମାନବ ମୁଁ ଛାର

ନାହିଁ ମୋର ସୂକ୍ଷ୍ମଜ୍ଞାନ

କେମନ୍ତେ ବର୍ଣ୍ଣିବି ଅଗ୍ନିର ମହିମା

ପଞ୍ଚଭୂତ ଉପାଦାନ ।



Rate this content
Log in