Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajabala Tripathy

Others

3  

Rajabala Tripathy

Others

ଅଧିକାର ଚାହେଁ

ଅଧିକାର ଚାହେଁ

1 min
202


ଅଧିକାର ଚାହେଁ ଅଧିକାର

ସମାନତାର ସ୍ୱାଧୀନତାର ।।

ଜହ୍ନରାତିରେ ବାଟବଣା ହେବାର

ନିର୍ଜନ ଦ୍ଵିପ୍ରହରେ ନିଜକୁ ହଜାଇ ପୁଣି

ନିଜେ ଖୋଜିବାର... ।।

ଚାଲୁ ଚାଲୁ ଝୁଂଟି ପଡିବାର ଆଉ

ଆପେ ଆପେ ତଳୁ ଉଠିବାର ।।

ଅଧିକାର ଟିକେ ଭୁଲ କରିବାର

ନିଜର ଭୁଲରୁ ଜୀବନର ବାଟ ଶିଖିବାର ।।

ଅନବରତ ପ୍ରଶ୍ନ କରିବାର ଆଉ

ବାରମ୍ବାର ନିଜେ ନିଜଠୁ ଉତ୍ତର ଖୋଜିବାର ।।

କାହିଁକି ଡ଼ରିବି ମୁଁ ଭୁଲ କରିବାକୁ

ଭୟ କରିବି ଝୁଣ୍ଟି ପଡ଼ିବାକୁ

ସତର୍କ ରହିବି ପାଦ ଖସି ଯିବାକୁ ।।

ଲୋଡ଼ା ନାହିଁ ଆଦର୍ଶର ଖୋଳପା

ଭଲ ଝିଅ ବୋହୁର ମୁଖା

ସଂସ୍କାରୀର ମୁକୁଟ ବା

ମହାନତାର ଶିରିପା ।।

କିଏ ନିର୍ଧାରିତ କରିଛି କୁହ

ଭଲ ଓ ଖରାପର ପରିଭାଷା

ଟାଣିଛି କିଏ ସିଏ

ସଂସ୍କାର କୁସଂସ୍କାରର ଲକ୍ଷ୍ମଣ ରେଖା ।।

ତୁନି ତୁନି ରହିବା ଯାଏଁ

ମାଛିକୁ ମ ନକହିବା ଯାଏଁ

ମନ କଥା ମନରେ ମାରି

ମୁହଁ ପୋତି ସହିବା ଯାଏଁ

ସବୁ ଭଲ ସବୁ ଠିକଠାକ ଥିଲା ।।

ଥରୁଟିଏ ଆଖି ଟେକି ଦେଖିଲି

ପାଟିରୁ ପଦୁଟିଏ ବାହାର କଲି

ସେବେ ହିଁ ତ ସବୁ ବଦଳି ଗଲା ।।

ଭଲରୁ ଖରାପ

ଗୃହଲକ୍ଷ୍ମୀରୁ ଘରଭାଙ୍ଗି।।

ଅଜସ୍ର ପ୍ରଶ୍ନବାଚୀ ଏବେ

ବାପାଙ୍କ ଅବିଭାବକତ୍ୱ ଉପରେ

ବୋଉର ପଣତ କାନି ଆଉ

ଘରର ସଂସ୍କାର ଉପରେ

ମୋ ଶିକ୍ଷା ଦୀକ୍ଷା ଉପରେ ।।

ଆବଶ୍ୟକ ନାହିଁ ପାଇବାକୁ

ସେହି ସବୁ ମହାନତାର ଶିରିପା

ମୁକ ବଧିର ଯନ୍ତ୍ର ମାନବଟେ ହୋଇ ..

ନୀଳ ଆକାଶରେ ଉଡିବାର ସୁଖ

ଅବା ସେ ସୁନା ପଞ୍ଜୁରୀରେ କାହିଁ ।।

ଲୋଡ଼ା କେବଳ ଯାହା

ଅଧିକାର ଟିକେ

ଖରାପ ହେବାକୁ

ଭୁଲ କରିବାକୁ

ଜୀବନ ରାସ୍ତାରେ

ପାଦ ଖସେଇ

ବାର ବାର...

ଝୁଣ୍ଟି ପଡିବାକୁ...

ଅଧିକାର ଦିଅ ଅଧିକାର...।।


Rate this content
Log in