STORYMIRROR

Sunanda Mohanty

Children Stories Others Children

3  

Sunanda Mohanty

Children Stories Others Children

ଅଡୁଆ ପ୍ରଶ୍ନ

ଅଡୁଆ ପ୍ରଶ୍ନ

1 min
178


ଆଜିକାଲି ରିମା ଯାହା କହୁଛି

ଖାଲି ଅଡୁଆ ଓ ଅଖାଡୁଆ ଲାଗୁଛି

ଏତେ ସବୁ ପ୍ରଶ୍ନ ତା ମୁଣ୍ଡକୁ କୋଉଠୁ ଆସୁଛି

ଶାଶୁ କହୁଥିଲେ ସବୁ ପିଲା ଏମିତି ପଚାରନ୍ତି

ତୁ ବି ପଚାରିଥିବୁ ଦିନେ

ଆଉ ଆପଣ ବି, ପଚାରିପାରେନା ସିଏ

ଅଡୁଆ ଅଖାଡୁଆ ପ୍ରଶ୍ନ ଜାଣିଶୁଣି ପଚାରିବ କେମିତି ଶାଶୁଙ୍କୁ

ରିମା ତ ପିଲାଟା କଣ ଜାଣିଛି ସେ

ଏବେ ରିମା ଆଗରେ ଡରରେ କିଛି କହିହେଉନି

ପଚାରିବ ତାପରେ ତାପରେ ପୁଣି

ଯୋଡ଼ିଦେବ ହରଣ ଗୁଣନ ମିଶାଣ ଫେଡ଼ାଣ ପରି ପ୍ରଶ୍ନ

ଉତ୍ତର ଦେଇ ଦେଇ ଥକି ପଡୁଥିବା ବେଳେ

ଶାଶୁ ଆକଟିବେ

ପିଲାଙ୍କୁ ମିଛ କହନା, ଡରାନା ହେଲେ ଉତ୍ତର ଥିଲେ ତ ରିମା ଅଡୁଆ ପ୍ରଶ୍ନର

ମନେପଡେ ରିମା ବାପା ପଚାରିଥିଲେ ଭଲ ପାଅ ମତେ

ତ ହାତ ଧରି ଆସିଥିଲେ ସାଥେ

ତେବେ ଅଡୁଆ ଲାଗିଲାନି କାହିଁକି ସେବେ

ରିମାର ପ୍ରଶ୍ନ ସବୁ ଅଡୁଆ ଲାଗିଲେ କେମିତି ହେବ

ରିମା ପଚାରେ ଜେଜେମା ତତେ ଗାଳି ଦେଉଛନ୍ତି କାହିଁକି

ରିମାର ପାଟିରେ ହାତ ଦେଇ ଦିଅନ୍ତି ସେ

ପୁଣି ରିମା ପଚାରୁଥାଏ ବାପା ତତେ ଗାଳି ନକରି ଚୁମା ଦିଅନ୍ତି

ଜେଜେମା ଗାଳି କାହିଁକି ଦିଅନ୍ତି

ମୁଁ ସୁନା ସିନା ତୁ ଏକଦମ ଦୁଷ୍ଟ

ହସି ହସି ବେଦମ ହୁଅନ୍ତି ମାଆ

ଜେଜେମା କହୁଥାନ୍ତି ଆଜିକାଲି ପିଲା ଓଲିଆରୁ ଗଜା

ରିମା ପଚାରୁଥାଏ ଜେଜେମା କଣ କହୁଛନ୍ତି??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍