STORYMIRROR

Sudhanjali Mishra

Others

3  

Sudhanjali Mishra

Others

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
253

ଅଚିହ୍ନା ମଣିଷ

ଅଜଣା ରାଇଜେ ଅଚିହ୍ନା ମଣିଷ

ଅଛନ୍ତି ରହି ଅନେକ

ଭ୍ରାମ୍ୟମାଣ ଦୂରଭାଷକୁ ଖୋଲିଲେ

ଆସନ୍ତି ବନ୍ଧୁ କେତେକ।।୧।।

ଦୂରେ ରହି ମଧ୍ୟ ଭାବର ଆଦାନ

ପ୍ରଦାନ କେତେ କରନ୍ତି

ପରକୁ ଆପଣା ଭାବରେ ବାନ୍ଧିଣ

ଚିହ୍ନା ଚିହ୍ନା ତ ଲାଗନ୍ତି ।।୨।।

ଭାବର ଆବେଗ ବଢି ବଢି ଯାଏ

ଧୋକା ଯେ ବେଶୀ ଦିଅନ୍ତି

ମିଡିଆ ବନ୍ଧୁତା ଦିଅଇ ଯେ ଶିକ୍ଷା

ହାତରେ କାନମୋଡ଼ନ୍ତି ।।୩।।

ସମସ୍ତ ଅଚିହ୍ନା ମଣିଷ ସେମିତି

ମନ୍ଦ ତ ନୁହଁନ୍ତି କେବେ

କେତେ ବି ଅଚିହ୍ନା ମଣିଷ ସତେକି

ଦେବତା ତୁଲ୍ୟ ଏ ଭବେ ।।୪।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍