STORYMIRROR

pranati Mahapatra

Others

4  

pranati Mahapatra

Others

ଅବତରୀ ପୁରୁଷ

ଅବତରୀ ପୁରୁଷ

1 min
262


ମହାପ୍ରଭୁ ବିଷ୍ଣୁ ଏ ଧରାଧାମରେ

ଦୁଷ୍ଟ ଦାନବ ଦମନ ପାଇଁ,

ନର ଜନ୍ମ ନେଲ ଶ୍ରୀକୃଷ୍ଣ ନାମରେ

କଂସ ବନ୍ଦୀଶାଳେ ଯାଇ।

ଶକଟା,ପୁତନା, କଂସ ନାମେ କେତେ

ହୋଇଥିଲେ ଧରାଶାୟୀ,

ଘନଘୋର ଅମା ବରଷା ରାତିରେ

ଆସିଲ ତୁମେ ଗୋସାଇଁ।

ଭାଦ୍ରବର କୃଷ୍ଣ ଅଷ୍ଟମୀ ତିଥିରେ

ରୋହିଣୀ ନକ୍ଷତ୍ର ବୃଷ ରାଶିରେ,

କର୍ମଯୋଗ ଶିକ୍ଷା ସଭିଙ୍କୁ ଶିଖାଇ

ଲୀଳା କଲ ନନ୍ଦ ଘରେ।

ଲୀଳାପୁରୁଷ ହେ ତୁମେ ସୃଷ୍ଟିକର୍ତ୍ତା

ଗୋବର୍ଦ୍ଧନ ଗିରି ଟେକି,

କାଳୀୟ ଦଳନ କରି ବଦ୍ଧକଲ

ମାଟିଖାଇ ଦେଖାଇଲ ପାଟି।

ଜାମଳାଅର୍ଜୁନ,ଶବରୀର ଲୀଳା

ତୁମ ମାୟା ଅଟେ ସବୁ ,

ସୁଦାମାର ଖୁଦକଣିକାକୁ ଖାଇ

ବନ୍ଧୁତ୍ଵକୁ ଶ୍ରେଷ୍ଠ କଲ ପ୍ରଭୁ।

ଯୁଗେ ଯୁଗେ ପ୍ରଭୁ ଅବତାର ନେଇ

ଦୁଷ୍ଟକୁ ବିନାଶି ଥାଅ,

ତୁମ ପାଦପଦ୍ମେ କୋଟି ପ୍ରଣିପାତ

ଘେନ ବସୁଦେବ ପୁଅ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍