Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krishna Mishra

Others

3  

Krishna Mishra

Others

ଅବଶେଷ ରହିଛି

ଅବଶେଷ ରହିଛି

1 min
236



ଚାରି କାନ୍ଥ ଘେରା

ପ୍ରକୋଷ୍ଠରେ,

ସ୍ବପ୍ନିଳ କ୍ଷଣଠୁ ଭାରି ମୁଦିଲା ପଲକର ସ୍ବପ୍ନ!

ଚକ୍ଷୁ ନିମିଳିତ ଓଜନିଆ ମନ

ନା ସ୍ବାଧୀନତା ନା ଜୀବନ୍ତ ତା!

ତଥାପି, କିଛି ଶାନ୍ତ ଚେତନା ବୋଧହୁଏ ଅବଶେଷ ଅଛି ।


କାହାକୁ କେତେ ଭଲ ପାଇଲି କେତେ ସ୍ନେହ ଦେଲି,

କାହା ଆଖିରେ ନିଜକୁ କେତେ ଖୋଜିଲି,

ଅଥବା,

ନିଜର ଅହଂକୁ ସେଇ ଦୃଷ୍ଟିର ଭଉଁରୀରେ ବୁଡ଼ାଇ ଦେଲି !!

ଅଶେଷ ଯନ୍ତ୍ରଣା !

ତଥାପି, ବୋଧହୁଏ ଆଶାର ଅବଶେଷ ରହିଛି ।


କେବଳ ଦୁଇଟି ଦୁଆରେ, 

ମୁଣ୍ଡ ନୁଆଇଁଛି ମୁଁ....

ଈଶ୍ବରଙ୍କ ମନ୍ଦିର

ଆଉ ପ୍ରୀତିମାନଙ୍କ 

ହୃଦୟ ରାଜ୍ୟରେ !

ନା ତାଙ୍କର ହେଲି,

ନା କରୁଣ କାହାଣୀ ଶୁଣିଲେ ଈଶ୍ୱର !

ମନ ପ୍ରତିଧ୍ଵନି ହୁଏ ବାରମ୍ବାର,

କିଛି ଭାବନା ବୋଧହୁଏ ଅବଶେଷ ଅଛି ।


କାହାକୁ ଦେଖାଇବି ଏଇ ଜୁଆର ଭଟ୍ଟାକୁ ?

ନୟନ ସରିତା ଆଉ 

ମନର ଜ୍ବାଳାକୁ ?

ଅପମାନ ଅନେକ ସହିଛି,

କିନ୍ତୁ କିଛି ବିଶ୍ବାସ ବୋଧହୁଏ ଅବଶେଷ ରହିଛି ।



Rate this content
Log in