STORYMIRROR

Sunanda Mohanty

Others

3  

Sunanda Mohanty

Others

ଅବର୍ତ୍ତମାନରେ ମନ ଝୁରି ମରେ

ଅବର୍ତ୍ତମାନରେ ମନ ଝୁରି ମରେ

1 min
11.7K


ବଞ୍ଚିଥିଲା ବେଳେ ବୁଝେନା 

କିଏ କାହାକୁ 

ସଂସାରୁ ଚାଲିଗଲା ପରେ 

ଆକୁଳେ ଖୋଜଇ ତାକୁ 

ଆଉ ଯାହାକୁ ଛୁଇଁ ହେବନି 

ଦେଖିହେବନି, କଥାପଦେ କହିହେବନି 

ଚାଲିଯାଏ ସିଏ ବହୁ ଦୁରକୁ 

ଥିଲାବେଳେ ଦିଶୁଥାଏ ଦୋଷଗୁଣ 

ମାପଚୁପ ହେଉଥାଏ କେତେ ଅବିଗୁଣ 

ଚାଲିଗଲେ କୋଉଠି ପାଇବା ତାକୁ 

ଚାବିଦିଆ କଣ୍ଢେଇ ଏ ମଣିଷ 

ମଣିଷ ସହ ମଣିଷ ର ଭାବ ପରଶ 

ଭୁଲିଗଲେ, କିଏ ପୋଛିବ ଲୋତକକୁ 

କାଲି ଯିଏ ଥିଲା କେତେ କଷ୍ଟ ପାଇ 

ପୁଣି କାହାକୁ ଦୁଃଖ ଦେଇ, ଆଜିଖୋଜିଲେ 

ମିଳିବ ଆଉ କାହିଁ??? 

ଝୁରେ ସେଇ ମନ ଆତ୍ମାପକ୍ଷୀ କୁ 

ଜଗନ୍ନାଥ ହେ ସାହା ହୁଅ 

ଵାକଥିବା ମୋ ସହୋଦର, ପରିବାର

ବାସୁଧେବାୟ କୁଟୁମ୍ବଙ୍କୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍