STORYMIRROR

Pramila Mohanty

Children Stories Inspirational

3  

Pramila Mohanty

Children Stories Inspirational

ଅଭୂଲା ସ୍ଵପ୍ନ

ଅଭୂଲା ସ୍ଵପ୍ନ

1 min
252


ମୋ ମନ ମନ୍ଦିର ର ନିବୃତ୍ତ କୋଣରେ ରୂପା ଫରୁଆ

ମଧ୍ୟରେ ସାଇତା ହୋଇ ରହିଛି

ମୋର ଅଭୂଲା ସ୍ବପ୍ନ

ନିଦ ମାଉସୀ ପାଖକୁ ଆସି ମୁଣ୍ଡକୁ ଆଉଁସି ଚୋରାଇ  

ନେଇ ଚାଲିଯିବ

ସତେ କି ମୋର ସେହି

ପ୍ରୀତି ଭରା ଅଭୂଲା ସ୍ଵପ୍ନ

ମନ ଭରି ଦେଖିଚି ତାକୁ

ପ୍ରସ୍ଫୁଟିତ ଫୁଲର ପାଖୁଡାରେ

ସଜାଇ ରଖିଛି ଅନୁଭବର

ସ୍ମୃତି ଟିକକ

ଉନ୍ମାଦ ଭରା ଅପାସରା ସେ

ଅଭୂଲା ସ୍ଵପ୍ନ

ଚୁନା ଚୁନା ତାରା ଫୁଲେ

ନିର୍ଲୀପ୍ତ ଚକ୍ଷୁ ର ପଲକରେ

ସୁସଜ୍ଜିତ ସମାବେଶରେ

ଖେଳି ଖେଳି ଯାଉଛି

ଆନନ୍ଦର ଲହରୀ

ଭୂଲି ହୂଏନା ଅଭୂଲା

ଅପାସରା ସେହି ପଲକକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍