STORYMIRROR

Sujata Routray

Others

3  

Sujata Routray

Others

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
650

ସ୍ମୃତି ସେ ଯେ ଅପାସୋରା

ଖୋଲିଛି ଆଜି ସେସବୁର ପସରା

ବନ୍ଧୁ, ବାନ୍ଧବୀଙ୍କ ଗହଣରେ

ବିତିଛି ଦିନଟି ମହା ଆଲ୍ହାଦରେ

କେତେ ଯେ ଦୁଃଖ,ସୁଖ,ଖୁସିର ମୁହୂର୍ତ୍ତ

ବିତିଯାଇଥିବା ଦିନର ମହତ୍ତ୍ବ

ମନେପଡେ ଆଜି କେତେ କଥା

ଅତିତର କେତେ ଯେ ଅଭୁଲା ଗାଥା

ଝରଣାଟିଏ ପରି ସ୍ଵଚ୍ଛ, ନିର୍ମଳ

ଝର,ଝର ଝରିଯାଏ ବନ୍ଧୁତ୍ବର ଜଳ

ବିଦ୍ୟାଳୟ,ପିଲାଦିନ,ଖେଳକୁଦ

ମନେପଡି ଉଲ୍ଲସିତ ହୁଏ ହୃଦ

ପରସ୍ପରଙ୍କୁ ଝୁରୁଥାଉ ନିତି

ଏଇତ ଜୀବନର ଗୀତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍