ଅଭୁଲା ସ୍ମୃତି
ଅଭୁଲା ସ୍ମୃତି
1 min
625
ସ୍ମୃତି ସେ ଯେ ଅପାସୋରା
ଖୋଲିଛି ଆଜି ସେସବୁର ପସରା
ବନ୍ଧୁ, ବାନ୍ଧବୀଙ୍କ ଗହଣରେ
ବିତିଛି ଦିନଟି ମହା ଆଲ୍ହାଦରେ
କେତେ ଯେ ଦୁଃଖ,ସୁଖ,ଖୁସିର ମୁହୂର୍ତ୍ତ
ବିତିଯାଇଥିବା ଦିନର ମହତ୍ତ୍ବ
ମନେପଡେ ଆଜି କେତେ କଥା
ଅତିତର କେତେ ଯେ ଅଭୁଲା ଗାଥା
ଝରଣାଟିଏ ପରି ସ୍ଵଚ୍ଛ, ନିର୍ମଳ
ଝର,ଝର ଝରିଯାଏ ବନ୍ଧୁତ୍ବର ଜଳ
ବିଦ୍ୟାଳୟ,ପିଲାଦିନ,ଖେଳକୁଦ
ମନେପଡି ଉଲ୍ଲସିତ ହୁଏ ହୃଦ
ପରସ୍ପରଙ୍କୁ ଝୁରୁଥାଉ ନିତି
ଏଇତ ଜୀବନର ଗୀତି ।
