STORYMIRROR

Soumya Shubhadarshinee

Others

3  

Soumya Shubhadarshinee

Others

ଅଭିଷିକ୍ତ କର*

ଅଭିଷିକ୍ତ କର*

1 min
185


ସତୀ ସୀତା ରୂପେ 

   ଅଭିଷିକ୍ତ କରି

ପବିତ୍ରତାର 

   ଅଗ୍ନୀପରୀକ୍ଷା କର


ଦ୍ରୌପଦୀ ରୂପେ 

    ଅଭିଷିକ୍ତ କରି

କୁରୁସଭା ରେ  

    ଵିଵସ୍ତ୍ର କର


ଅହଲ୍ୟା ଭାବେ 

    ଅଭିଷିକ୍ତ କରି

ଚିରକାଳ ନିଃଷ୍ପ୍ରାଣ

    ପାଷାଣୀ କର


ତୁଳସୀ ରୂପେ 

    ଅଭିଷିକ୍ତ କରି

ଶ୍ରୀବିଷ୍ଣୁଙ୍କ ଦ୍ଵାରା 

    ସତୀତ୍ୱ ହର


ତାରା ରୂପେ 

   ଅଭିଷିକ୍ତ କରି

ବାଳୀ ଓ ବଳୀ 

   ମଧ୍ୟରେ ସଂଘର୍ଷ କର


ଆଉ କର ଅଭିଷିକ୍ତ

   ନିର୍ଭୟା ରୂପରେ

ମୃତ୍ୟୁ ପୂର୍ବରୁ ପୁଣି ପରେ

    ଲଜ୍ଜାହତ କର 


ସେଇ ସମାଜରେ ପ୍ରହସନ କର


ନାରୀ ସଶକ୍ତିକରଣ

 ବିଶ୍ୱ ମହିଳା ଦିବସ

 ବିଶ୍ୱ ମାତୃତ୍ୱ ଦିବସ


ବିଧ୍ଵଂସର ଚୌହାଦୀରେ ସବୁ

   କେବଳ ହୁଏତ ପ୍ରତୀକ୍ଷା

ମୋର କାଳୀ କରାଳ ରୂପର

ଅଭିଷିକ୍ତ କରି ମୁଁ ନିଜକୁ

ସେ ରୂପେ ଧ୍ୱଂସୀ ବି 

 ଆଲେଖ୍ୟ ନାରୀ ନିର୍ଯ୍ୟାତନାର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍