STORYMIRROR

Chinmaya Kumar Nayak

Others

4  

Chinmaya Kumar Nayak

Others

ଅଭିମାନ

ଅଭିମାନ

1 min
266

ଅଭିମାନ ଯଦି ରଖୁଛ ରଖ ଚିନ୍ତା ନାହିଁ

ଅଭିମାନ କିଛି ବାକି ରଖ ନିଜ ଦେଶ ମାତୃକା ପାଇଁ। 

ଭାରତ ସେ ଭରା ଭୁବନଯାକର ବୈଭବ ଐଶ୍ୱର୍ଯ୍ୟରେ

ପ୍ରକୃତି ଏଠି ବଖାଣେ ତା ଗାଥା ଚିତ୍ତଚୋରା ସୌନ୍ଦର୍ଯ୍ୟରେ

ଆତ୍ମୀୟତା ତାର ଯେତିକି ମଧୁର ବୀରତ୍ୱ ସେତିକି ଟାଣ

ଦିନେ ଯିଏ ପରାଧୀନ ଥିଲା ଆଜି ତାର ବିଶ୍ୱ କରେ ଜୟଗାନ। 

ସେଇ ଦେଶ ପାଇଁ ଅହଙ୍କାର ଯଦି ଚିନ୍ତା ନାହିଁ

ଅଭିମାନ ଯଦି...


ଅଭିମାନ ଯଦି ରଖୁଛ ରଖ ଚିନ୍ତା ନାହିଁ

ଅଭିମାନ କିଛି ବାକି ରଖ ନିଜ ମାତୃଭାଷାର ପାଇଁ। 

ଉତ୍କଳ ଯହିଁ ଚଳ ଚଞ୍ଚଳ ନଦୀ ଗାଇ ଯାଏ ଗୀତ

ଆରାଧ୍ୟ ଯାହାର ଜଗତର ନାଥ ସ୍ୱୟଂ ପ୍ରଭୁ ଜଗନ୍ନାଥ

ଶିଳ୍ପକଳାର କବିତା ଛନ୍ଦରେ ଭରା ଯାର ପ୍ରତି ପୃଷ୍ଠା

ପାଇକ ଯାହାର ଦେଶ ସ୍ୱାଧୀନରେ ଦେଖାଇଲେ ପରାକାଷ୍ଠା

ସେଇ ଭାଷା ପାଇଁ ଅହଙ୍କାର ଯଦି ଚିନ୍ତା ନାହିଁ

ଅଭିମାନ ଯଦି...


ଅଭିମାନ ଯଦି ରଖୁଛ ରଖ ଚିନ୍ତା ନାହିଁ

ଅଭିମାନ କିଛି ବାକି ରଖ ନିଜ ପିତାମାତାଙ୍କର ପାଇଁ।

ଯେଉଁ ଦେବତାଙ୍କ ପାଇଁ ତୁମେ ସୃଷ୍ଟି ଧରା ବକ୍ଷରେ

ଯା ପାଇଁ ତୁମର ଦମ୍ଭ ଅହଙ୍କାର ଚଢ଼େ ଶିଖରେ

ସେଇ ମାତା ପିତା ପାଇଁ ତୁମେ ଟେକି ଚାଲୁଛ ମଥା

ସେ ପରା ସାକ୍ଷାତ ଜୀବନ୍ତ ଈଶ୍ୱର ମନେ ରଖିଥା

ମାତା ପିତା ପାଇଁ ଅହଙ୍କାର ଯଦି ଚିନ୍ତା ନାହିଁ

ଅଭିମାନ ଯଦି... 



Rate this content
Log in