ଅଭିମାନ 🙏🙏🙏🙏🙏🙏
ଅଭିମାନ 🙏🙏🙏🙏🙏🙏
1 min
155
ଲୋଡ଼ା ନାହିଁ ମୋର
ତୁମ ସ୍ୱର୍ଗ ଦ୍ୱାର
ମୋକ୍ଷ ପାଇବା ପାଇଁ
ଲୋଭ ନାହିଁ ମୋର
ତୁମ ନିର୍ମାଲ୍ୟରେ
ସ୍ୱର୍ଗ ପ୍ରାପ୍ତି ଯିବି ହୋଇ l
ତୁମ ଶ୍ରୀମନ୍ଦିର
ରତ୍ନ ସିଂହାସନ
ତୁମ ରାଜକୀୟ ଠାଣୀ
ହାତୀ ପାଟ ଯତି
ତୁମ ସୁନାବେଶ
ଛଳନା ହେଉଛି ଜାଣି l
ଡାକିନି ତୁମକୁ
ବାଣ୍ଟି ନେବା ପାଇଁ
ଆଞ୍ଜୁଳିରେ ଭରି ଦୁଃଖ
କହିନି ବି କେବେ
ଭରିଦେବା ପାଇଁ
ପଣତରେ ସ୍ୱର୍ଗ ସୁଖ l
ଶିଖି ମୁଁ ଯାଇଛି
ଯନ୍ତ୍ରଣା ସବୁକୁ
ସହିବାର ଯେତେ କଳା
ଲୁହ ପିଇବାର
କୌଶଳ ଶିଖିଚି
କର ଯେତେ ଅବହେଳା l