ଆୟୁଷ
ଆୟୁଷ
ବଞ୍ଚି ରହିନାହିଁ, ରହିବେ ଯେ ନାହିଁ,
ଚିର ସ୍ଥାୟୀ ହୋଇ କେହି:
କିଛି କର୍ମ ପାଇଁ, ଆସିଛନ୍ତି ସର୍ବେ,
ଧରଣୀ ମଞ୍ଚରେ ରହି::
ଅଭିନୟ ଆମ, ଦିନେ ସରିଯିବ,
ଛାଡି ଯିବ ପ୍ରାଣ ବାୟୁ:
ମାୟାର ବନ୍ଧନ, ଲୋତକ ଗଡାଇ,
କହିବେ କି ହୀନ ଆୟୁ::
କହିବେ ଯେ କିଛି, ଭଲ ଥିଲା ସେହି,
କିଛିତ କହିବେ ମନ୍ଦ:
ମରିଗଲା ଠାରୁ, ସବୁ ସରି ଗଲା,
ରହିଲା ସ୍ୱକର୍ମ ଗନ୍ଧ::
ମଣିଷ ଆୟୁଷ, କମିବା ବଢିବା,
ହିସାବ କରେ ଦଇବ:
ସୁକର୍ମରୁ ବଢେ, କୁକର୍ମରୁ କମେ,
ଆୟୁଷ କର୍ମରେ ଥିବ::
ମଦ୍ୟ ନାରୀ ଲୋଭ,କମାଏ ଆୟୁଷ,
ସୁକର୍ମେ ଆୟୁଷ ବଢେ:
ସୁଭ ଆଚରଣ, ସମାଜର ଶାନ୍ତି,
ଦୀର୍ଘାୟୁ କରାଇ ଗଢ଼େ::
ପିଅନାହିଁ ମଦ୍ୟ, କରନାହିଁ ଲୋଭ,
ନାରୀକୁ ଦିଅ ସମ୍ମାନ:
ଆୟୁଷ ବଢିବ, ମର୍ଯ୍ୟାଦା ବଢିବ,
ହେବ ଜଗତେ ମହାନ::
*******(ମହେଶ୍ୱର ସାହୁ)*******
ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,
ବାଲେଶ୍ଵର(ଭଦ୍ରକ)
