STORYMIRROR

arun sahoo

Others

3  

arun sahoo

Others

ଆଉଳି

ଆଉଳି

1 min
291

ଆଉଳି ପାଉଳି ମଣିଷଟିଏ,

ନାହିଁ ତା ଘର ଦୁଆର

ବରଗଛ ମୂଳେ ନେଇଛି ଆସରା

ଜଗତକୁ ମାରେ ଆଖି ଠାର ।୧।


କେଉଁଠୁ ଆସିଲା ଜଣାନାହିଁ ଠିକଣା

ପଚାରିଲେ କୁହେ ଅବୋଲା ଅବୁଝା

ଆଲୁରି ପାଲୁରି ପରି ଯାତ୍ରା

ଜଗତକୁ ମାରେ ହାତରେ ଠାର ।୨।


ଅବୁଝା ଅବୋଲକରା ସୁନା ମଣିଷ

ମିଳିବେ ନାହିଁ ଖଣ୍ଡ ମଣ୍ତଳେ

ଆଉଳି ଆଲୁରି ପାଲୁରି ଯାତ୍ରା

ଜଗତକୁ ମାରେ ମୁଣ୍ଡରେ ଠାର।୩।


Rate this content
Log in