STORYMIRROR

arun sahoo

Others

3  

arun sahoo

Others

ଆଉଳି

ଆଉଳି

1 min
293

ଆଉଳି ପାଉଳି ମଣିଷଟିଏ,

ନାହିଁ ତା ଘର ଦୁଆର

ବରଗଛ ମୂଳେ ନେଇଛି ଆସରା

ଜଗତକୁ ମାରେ ଆଖି ଠାର ।୧।


କେଉଁଠୁ ଆସିଲା ଜଣାନାହିଁ ଠିକଣା

ପଚାରିଲେ କୁହେ ଅବୋଲା ଅବୁଝା

ଆଲୁରି ପାଲୁରି ପରି ଯାତ୍ରା

ଜଗତକୁ ମାରେ ହାତରେ ଠାର ।୨।


ଅବୁଝା ଅବୋଲକରା ସୁନା ମଣିଷ

ମିଳିବେ ନାହିଁ ଖଣ୍ଡ ମଣ୍ତଳେ

ଆଉଳି ଆଲୁରି ପାଲୁରି ଯାତ୍ରା

ଜଗତକୁ ମାରେ ମୁଣ୍ଡରେ ଠାର।୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍