STORYMIRROR

Debabrata Jena

Others

3  

Debabrata Jena

Others

ଆତ୍ମସମୀକ୍ଷା

ଆତ୍ମସମୀକ୍ଷା

1 min
451




ହାରିଛି କେତେ ଜିତିଛି କେତେ

ହିସାବ ଅଛି ବାକି

ଚାଲିବି ପୁଣି ଆଗକୁ କେତେ

ପାରିନି କେବେ ମାପି ।।(୧)


ହର୍ଷ ବିଷାଦ ଚାଖିଛି କେତେ

ପଡି ଉଠିଛି କେତେ

ଜୀବନର ଏଇ ରଂଗମଂଚେ

ଏକାକୀ ଚାଲିଛି ସତେ ।।(୨)


ଆସିଛି ଏକା ଯିବି ମୁଁ ଏକା

କେହି ନ ଥିବେ ପଥେ

ପ୍ରତି ମୁହୂର୍ତ୍ତେ ଜଗତ ନାଥ

ରହିଥିବେ ମୋ ସାଥେ।।(୩)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍