ଆତ୍ମୀୟତା
ଆତ୍ମୀୟତା
1 min
210
ବୟସର ଛାପ ପଡୁ
ଅବା ରଙ୍ଗରେ ପରିବର୍ତ୍ତନ ଆସୁ,
ଆସେନି ମଳିନତା
କି,
ଛୁଇଁପାରେନି ସମୟର ଦାଗ;
ଆସେ ଝଡ଼ ଝଞ୍ଜା, କେତେ ଖରା-ଛାଇ
ଆଧୁନିକତାରେ ଧୋଇ ହେଇଯାଏ ମଣିଷ,
ହେଲେ ଆତ୍ମୀୟତା
ଠିକ୍ ସେଇମିତି ଥାଏ,
ଝଟକୁଥାଏ ରୂପା ଜହ୍ନ ପରି
ଥିଲେ ସୁଦ୍ଧା କଳଙ୍କର ଦାଗ;
ଅଜସ୍ର ଅସନ୍ତୋଷ ର ବହ୍ନି
ଅବା ରାଗ ରୁଷା ଅଭିମାନ
କରିପାରେନି ହଲଚଲ
କେବେ କୋଉଠି ଦେଖାହେଲେ
ଝରିଯାଏ ମୃଦୁ ହସଟିଏ ସ୍ବତଃ
ଆତ୍ମୀୟତାର ହସ
ଚହଲାଇଦିଏ ହୃଦୟରୁ ଆବେଗ ସ୍ରୋତକୁ;
