STORYMIRROR

Sanatana Kata

Others

3  

Sanatana Kata

Others

ନିଆଁ

ନିଆଁ

1 min
2.8K


ସନାତନ କଟା


ପେଟର ଭୋକ

ହୁତୁ ହୁତୁ ହେଇ ଜଳେ

ଜଳାଏ,

ଜାଳିଦିଏ

ଆଚାର, ବିଚାର;

ମଣିଷ ମନର

ଅହଂ-ବଡିମା

କୁହୁଳୁ ଥାଏ,

ନାରଖାର କରିଦିଏ

ସବୁ ସମ୍ପର୍କର

ଭାବ-ଭାବନାକୁ;

ମଶାଣିର ନିଆଁକୁ ଦେଖ୍

ବୁଝୁନି କିଛି,

ମାନୁନି କିଛି,

ନା ଧନୀ, ନା ଦୀନ,

ନା ନାମୀ, ନା ମାନୀ

କରିଦିଏ ପାଉଁଶ;

ଏ ନିଆଁଟା ବି

ଭାରି ଅଜବ,

କେତେବେଳେ ମଣିଷକୁ

ଜାଳେ

କାମନା, ବାସନା, ତୃଷ୍ଣାରେ;

ଦେଖାଏ ପୁଣି

ଆଲୋକର ବାଟ ।

ସିଲୁଆଁ, ଟିଟିଲାଗଡ଼, ବଲାଙ୍ଗୀର


Rate this content
Log in