ମନେ ପଡ଼ ତୁମେ
ମନେ ପଡ଼ ତୁମେ
1 min
218
ଏବେ ବି ମନେ ପଡ଼ ତୁମେ,
ହୃଦୟର ପ୍ରତିଟି ସ୍ପନ୍ଦନେ
ସଜଫୁଟା ଗୋଲାପଟେ ପରି,
ଅତୀତର ସ୍ମୃତି ସବୁ ମହକେ
ଇତିହାସ ପୃଷ୍ଠା ସବୁ ଚିରି;
ଏବେ ବି ଖୋଜିବୁଲେ ତମକୁ
ମଳୟର ପ୍ରତିଟି ବାସ୍ନାରେ,
ନିଃଶବ୍ଦ ରାତିର ପ୍ରହରେ,
ଚିନ୍ତାହୀନ ନିଦ ସ୍ବପ୍ନରେ,
ସାଧବ ବୋହୂର ରଙ୍ଗରେ
ନିତି ଝୁରିହୁଏ,
ଅଫେରା ନଈଟିଏ ପରି,
ବହିଯାଏ ବନ୍ଧୂର ପଥ ଡେଇଁ
ସମତଳକୁ ଫେରିବାର ନିୟମ
ବା କାହିଁ?
ଜାଣେ ମୁହିଁ,
ନିୟତିରେ ବନ୍ଧା,
ଦେଖିବାର ତର ନାହିଁ
ଖୋଜେ କିଆଁ
ଜାଣି ନାହିଁ,
ଜାଣେ ନାହିଁ।
***********
