ତୁମେ ପେଥାଇ
ତୁମେ ପେଥାଇ
1 min
2.0K
ସନାତନ କଟା
ମୁଁ କନକନିଆ ଶୀତ,
ତୁମେ ଝିପିରି ଝିପିରି ବର୍ଷା,
ମୁଁ ନୀଳ ଆକାଶ ମିତ,
ତୁମେ କଳା ବଉଦର ଭାଷା;
ମୁଁ ମଖମଲିଆ ଚଦର,
ମୋ' ଭିତରେ ଅନେକ କଥା,
ତମେ ଜଳ ବିନ୍ଦୁ ସିକ୍ତ ଦେହେ
କାହା ହାତ ଧରା ଖୋଲା ଛତା;
ମୁଁ ବୁଣି ପାରେ କେତେ ସ୍ଵପ୍ନ
ତୁମେ ଭିଜେଇବାରେ ମଗ୍ନ,
ମୋର ରୋମାଞ୍ଚକ ଭରା ସ୍ପର୍ଶ
କରେ କେତେ ହତାଶକୁ ଭଗ୍ନ;
ତମେ ଲଟପଟ ଭରା କାଦୁଅ,
ଲାଗେ ଝଟପଟ ଫେରା ଭୋଦୁଅ,
ମୁଁ ଯେ ସ୍ଵଳ୍ପ ବୟସୀ ଶୀତ
ମୋତେ ଏତେ ଈର୍ଷା କିଆଁ କୁହ;
ମୋତେ ଏତେ ଈର୍ଷା କିଆଁ କୁହ ।
ସିଲୁଆଁ, ଟିଟିଲାଗଡ଼, ବଲାଙ୍ଗୀର
