Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanatana Kata

Others

3  

Sanatana Kata

Others

ତୁମେ ପେଥାଇ

ତୁମେ ପେଥାଇ

1 min
777


ସନାତନ କଟା


ମୁଁ କନକନିଆ ଶୀତ,

ତୁମେ ଝିପିରି ଝିପିରି ବର୍ଷା,

ମୁଁ ନୀଳ ଆକାଶ ମିତ,

ତୁମେ କଳା ବଉଦର ଭାଷା;

ମୁଁ ମଖମଲିଆ ଚଦର,

ମୋ' ଭିତରେ ଅନେକ କଥା,

ତମେ ଜଳବିନ୍ଦୁ ସିକ୍ତ ଦେହେ

କାହା ହାତ ଧରା ଖୋଲା ଛତା;

ମୁଁ ବୁଣି ପାରେ କେତେ ସ୍ବପ୍ନ

ତୁମେ ଭିଜେଇବାରେ ମଗ୍ନ,

ମୋର ରୋମାଞ୍ଚକ ଭରା ସ୍ପର୍ଶ

କରେ କେତେ ହତାଶକୁ ଭଗ୍ନ;

ତମେ ଲଟପଟ ଭରା କାଦୁଅ,

ଲାଗେ ଝଟପଟ ଫେରା ଭୋଦୁଅ,

ମୁଁ ଯେ ସ୍ବଳ୍ପ ବୟସୀ ଶୀତ

ମୋତେ ଏତେ ଈର୍ଷ୍ଯା କିଆଁ କୁହ;

ମୋତେ ଏତେ ଈର୍ଷ୍ଯା କିଆଁ କୁହ;


ସିଲୁଆଁ, ଟିଟିଲାଗଡ଼, ବଲାଙ୍ଗୀର


Rate this content
Log in