Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanatana Kata

2  

Sanatana Kata

ପ୍ରତୀକ୍ଷା

ପ୍ରତୀକ୍ଷା

1 min
214



ସନାତନ କଟା(୯୪୩୭୮୬୮୨୫୩)


ପକ୍ଷୀ ଫେରିଲେଣି ନିଜ ନିଜ ନୀଡ

ବୃକ୍ଷେ ଏବେ କୋଳାହଳ,

ସୁରୂଜ କେବେଠୁ ବିଦାୟ ନେଲେଣି

ଆସୁଛି ମାଡି ଅନ୍ଧାର;

ଗାଆଁ ମନ୍ଦିରର ଘଣ୍ଟି ବାଜିଲାଣି

ସନ୍ଧ୍ଯା ଆଳତିର ବେଳ,

ଦୂର ଦିଗବଳୟେ ହଜିଲାଣି ପଥ

ସମଲାଗେ ଢିପ,ଖାଲ;

ଦୂରେ କାମ ସାରି ଲେଉଟା ନେଲେଣି

କେତେ ଯେ ସାଜି ପଥିକ,

ମୋ ଘର ଅମାର ଶୂନଶାନ୍ ଲାଗେ

ଚାହିଁଛି ହେଇ ଚାତକ;

ସମୟର ବଳେ, ଅନ୍ଧାର କବଳେ

ହଜିବାକୁ ସବୁ ବ୍ଯଗ୍ର,

ତା ଠଉଁ ମୋ ମନ ବେଦନା ବି ଏବେ

ଦହୁଛି ହେଇକି ଉଗ୍ର;

ପ୍ରତି ନିମିଷକ ଲାଗେ ବରଷକ

ଅଥୟ ଅଧିର ମନ,

କିଛି ବି ଶବଦ ଚମକାଇ ଦିଏ

ଶିହରି ଯାଏ ମୋ ପ୍ରାଣ;

ମୋ ସନ୍ତକ ଏକା ତୁମ ସ୍ମୃତିରେଖା

ସାଉଁଟା ସେ ଅତୀତର,

ଉଆଁସ ଅନ୍ଧାରେ ପାପ ଛୁଏଁ ମନ

ଅସ୍ଥିରେ ହୁଏ ବିକଳ;


ସିଲୁଆଁ, ଟିଟିଲାଗଡ଼, ବଲାଙ୍ଗୀର

sanatana.kata@gmail.com


Rate this content
Log in