STORYMIRROR

Gunanidhi Samal

Others

3  

Gunanidhi Samal

Others

ଆସିଲା'ରେ ଶୀତ ଆସିଲା

ଆସିଲା'ରେ ଶୀତ ଆସିଲା

1 min
280

ଆସିଲା'ରେ ଶୀତ ଆସିଲା

ବାଡ଼ି ବଗିଚାରେ ନାନାଜାତି ଫୁଲ

ମନ ଆନନ୍ଦରେ ହସିଲା,

ଆସିଲା'ରେ ଶୀତ.........।

ପରଜାପତି ଉଡି ଉଡିକା

ଫୁଲରୁ ଫୁଲ ଛୁଇଁ ଛୁଇଁକା

ପରାଗ ରେଣୁ ବୁଣିଲା,

ଆସିଲା'ରେ ଶୀତ..........।

ପନିପରିବା ଜାତିକି ଜାତି

ସବୁଜ କ୍ଷେତେ ଗଲାଣି ଲୋଟି

କଅଁଳ ଖରା ପଡିଲା,

ଆସିଲା'ରେ ଶୀତ...........।

ଅନ୍ଧାରୁ ଉଠି ନେତୀ ମାଉସୀ

ଗୋବର ଆଣି ପାରୁଛି ଘଷି

ମନ୍ଦିରେ ଘଣ୍ଟି ବାଜିଲା,

ଆସିଲା'ରେ ଶୀତ...........।

ପାଣି'କି ଦେଖି ଲାଗୁଛି ଡର

ଶୀତ ପୋଷାକ ଭାରି ଆଦର

ଉହ୍ମେଇ ନିଆଁ ଜଳିଲା,

ଆସିଲା'ରେ ଶୀତ............।

ସଞ୍ଜ ନଇଁଲା ଆସିଲା ରାତି

ମାଆ ବାଢିଲେ ସଞ୍ଜ ଆଳତି

ଶୀତରେ ଦେହ ଥରିଲା,

ଆସିଲା'ରେ ଶୀତ.............।

ଶୀତ କୁ' ଡରି ନକର ମଠ

ଅଳସ ଛାଡି ପଢିବା ପାଠ

ପରୀକ୍ଷା ବେଳ ହୋଇଲା,

ଆସିଲା'ରେ ଶୀତ ଆସିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍