Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

2  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ଆଶିଷ ଦେ ମା

ଆଶିଷ ଦେ ମା

1 min
6.7K


ବିଦାୟ ଶାରଦେ

ରଜନୀ ପାହିଲେ ଆପଣା ଭୂବନେ ଫେରିଯିବେ ଶାକମ୍ବରୀ,

ଶରଦ ମୁଖର ଶାରଦୀୟ ଲୀଳା ପାର୍ବଣ ଉତ୍ସବ ସାରି. ୦

ଖୁସିରେ ମାନବେ ପୂଜାର୍ଚ୍ଚନା କରି ପାଳନା ବିଧାନମତେ,

ଏକବିଂଶ ବ୍ରତ ଷୋଡ଼ଶ ଯାଗର ପାର୍ବଣ କେ ନବରାତ୍ରେ. ୧

ତିନି ଦିନାତ୍ମକ ଏକ ଦିବସୀୟ ଏ ରକମେ ପୂଜା ତୋର,

କଲ୍ୟାଣ ଭରୁ ମା ଜନ ମାନସରେ ମାରି ମର୍ତ୍ତ୍ୟୁ ନରାସୁର. ୨

ଏ ମର୍ତ୍ତ୍ୟ ମାନବେ ରକ୍ଷାକରୁ ମାଗୋ ଦକ୍ଷପ୍ରଜାପତି ସୁତା,

ତଥାପି କାହିଁକି ମାନବ କବଳେ ଶେଷେ ସାଜୁ ପରିତ୍ୟକ୍ତା. ୩

ପୂଜାର୍ଚ୍ଚନା ଶେଷେ ବିସର୍ଜନେ ତୋର ପୂଜିତ ପ୍ରତିମା ନେଇ,

ଫିଙ୍ଗନ୍ତି ଜଳରେ ନାନା କୁତୂହଳେ ଅନାଦର ଭାବବହି. ୪

ଭାବ ଘେନି ପୂଜା ସାରିଲେ ଫିଙ୍ଗିଲେ ସେଥିପାଇଁ ଦୁଃଖ ନାହିଁ,

ସାରନ୍ତି ସରାନ୍ତି ସାରିବାର ମୂଲ୍ୟ ଥରୁଟିଏ ବୁଝେ କେହି?. ୫

ନିର୍ଯ୍ୟାତିତେ ଏଠି ନିର୍ବାସିତ ସାଜେ ନୂଆଁ ଦେଖାଇବା ଲୋକ,

ନିସ୍ପେସିତା ସାଜେ ନାରୀ ଜଗତରେ ପିନ୍ଧି କଳଙ୍କ ର ମୁଖ=(ମୁଖା).୬

ଧରଣୀ କାନ୍ଦୁଛି କାନ୍ଦୁଛି ପ୍ରକୃତି କୃର ଆଜି ପଞ୍ଚଭୂତେ,

ଘେନା କର ମାଗୋ ଧରା ର ବିନତି ସ୍ଥିରମନା ଜାଗୁ ଚିତ୍ତେ. ୭

ହସୁ ଏ ପୃଥିବୀ ନହେଉ ପ୍ରଳୟ କଳିର କରାଳ ବଳୁ,

ସୁଖ ଶାନ୍ତି ପ୍ରେମ ସଦବୁଦ୍ଧି ଦିଅ ସତ୍ ଚିନ୍ତା ମନରେ ଖେଳୁ. ୮

କରୁଛି ବିନତି ଦିଅ ସଦଗତି ମନ୍ଦମତି ଚିତ୍ତୁ ନାଶି,

ମାଗୋ ନାରାୟଣୀ ଜଗତ କଲ୍ୟାଣୀ ମାନବେ ଲଭନ୍ତୁ ଖୁସି. ୯

×××××××××××××××××

ବିଷ୍ଣୁ ପ୍ରସାଦ ମିଶ୍ର କୋରାପୁଟ 9124049129


Rate this content
Log in