ଆଶା ତ ବହୁତ
ଆଶା ତ ବହୁତ
ସମ୍ବେଦନ ଓ ସଂହତିର ହାତ
ଅସମୟରେ ନିଶ୍ଚିତ ଏକାନ୍ତ
ରାଜା ପ୍ରଜା ଭୁଲି ହୋଇ ଏକତ୍ର
ପରିସ୍ଥିତି ମୁକାବିଲା ପାଇଁ
ସହଯୋଗର ସ୍ୱତନ୍ତ୍ର ହାତ
ମଣିଷର ତ ପ୍ରକୃତି ବିଚିତ୍ର
ବୁଦ୍ଧ ସିନା ବୁଝିଥିଲେ ସତ୍ୟ
ରବିନ୍ଦ୍ରନାଥ ଟାଗୋର ବିଶ୍ୱକବି ସେତ
ଏମିତି ଅନେକ ପୂର୍ବସୁରୀଙ୍କ ପଥ
ଦିଗ୍ଦର୍ଶନ ଓ ଦିଗ୍ଦର୍ଶକ ହେବାର
ପ୍ରକୃଷ୍ଠ ବେଳା ଇଏତ
ଚୋର ଚାଲିଗଲା ପରେ
ବୁଦ୍ଧି ଆସେ ବହୁତ
ଅଘଟଣ ଘଟିବା ପୁର୍ବରୁ
ରଖିବାକୁ ହେବ ଆପଣା ମହତ
ପ୍ରସ୍ତାବିତ ପୃଷ୍ଠା ସବୁକୁ
ଦେଇ ସକାରାତ୍ମକ ମତ
ମାନିବୃତ୍ତି ଓ ପରାମର୍ଶ ଭିତରେ
ସନ୍ତୁଳନ ସହ ଆଗକୁ ବଢିବା ଦୃଷ୍ଟାନ୍ତ
ଉଦାହରଣ ରାମାୟଣ ମହାଭାରତ
ଏକତ୍ରିତ ହୋଇ ସଂଶୋଧିତ ମନ ନେଇ
ସଂଗରୋଧ ଲଢେଇରେ ବିଜୟ ସୁନିଶ୍ଚିତ
ପୁଲି ଧରି ବସିଛନ୍ତି ଜଗତର ନାଥ
ସଦ୍ଭାବନା ନଉକାରେ ମାନବିକତାର କାତ
ବିଜୟ ସୁନିଶ୍ଚିତ ବିଜୟ ସୁନିଶ୍ଚିତ l
