STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Others

2.5  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଆସେ କୋହ

ଆସେ କୋହ

1 min
13.8K


ପିକନିକରେ ଟିନ୍‌ଟୁନ୍‌

ଧରି ସାଙ୍ଗ ସାଥୀ ରତନ

ଯିବା ପୂର୍ବରୁ କଲେ ସ୍ଥିର

କରିବାକୁ ପରିବେଶର

ସୁନ୍ଦର ସବୁଜ ମୁରତି

ଯେପରି ରହିଥିବ ଖ୍ୟାତି

ଆମ୍ବ ବଉଳ ଜାମୁ ବର

ରକ୍ଷାକର୍ତ୍ତା ଏ ପ୍ରକୃତିର

ତାଙ୍କର ପତ୍ରଫଳ ଫୁଲ

ଆମ ପାଇଁ ଅମୂଲ ମୂଲ

ଆମର ବର୍ଜ୍ୟକୁ ଆହାର

କରି ଥାଆନ୍ତି ନିରନ୍ତର

ତାଙ୍କର ପାଦରେ ଜୁହାର

ପାଦପ ରକ୍ଷକ ଆମର

ତାଙ୍କ ପାଇଁକି ଆଳବାଳ

କରିଲେ ସୁସ୍ଥ ଚିରକାଳ

କୋମଳ ନବ ନବ ପତ୍ର

ଫଳ ଫୁଲ ଦାନକୁ ବ୍ରତ

ନିଜେ ନିଜର ସୁଖ ପାଇଁ

ଦିନେ ସଞ୍ଚି ରଖନ୍ତି ନାହିଁ

ତାଙ୍କର ବ୍ରତ ଅନୁସରି

ପିକନିକରେ ନ ବାହାରି

କାନନ ଶ୍ୟାମଳ ସୁନ୍ଦର

ଯତନେ ପରିଶ୍ରମ କର

ରକ୍ଷକ ରକ୍ଷା ହୋଇଗଲେ

ପ୍ରକୃତି ବଞ୍ଚିଯିବ କାଳେ

ବାପ ଅଜାଙ୍କ ପରିଶ୍ରମେ

ବୃକ୍ଷ ଜନମି ଆମ କାମେ

ଲାଗୁଛି ଯେଣୁ ଅହରହ

ତାଙ୍କ ବିନା ଯେ ଆସେ କୋହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍