STORYMIRROR

pranati Mahapatra

Others

4  

pranati Mahapatra

Others

ଆସ ଯିବା ନୂଆପଡ଼ା ଜିଲ୍ଲାକୁ

ଆସ ଯିବା ନୂଆପଡ଼ା ଜିଲ୍ଲାକୁ

1 min
23K

ଓଡ଼ିଶାର ପଶ୍ଚିମରେ ଅବସ୍ଥିତ

ଆମ ନୂଆପଡ଼ା ଜିଲ୍ଲା,

ଇତିହାସ କହେ ୧୯୯୩,୧ରେ

ହୋଇଲା ସ୍ଵତନ୍ତ୍ର ଜିଲ୍ଲା।

ଆମ ନୂଆପଡା ୩,୦୪୮ ବର୍ଗକି.ମି

ଅଟେ ପରା ଆୟତନ,

ପୂର୍ବେ ଅବସ୍ଥିତ ବଲାଙ୍ଗୀର ଜିଲ୍ଲା

ଉତ୍ତରରେ ବରଗଡ଼,

ପଶ୍ଚିମ ପାର୍ଶ୍ଵରେ ଅବସ୍ଥିତ ଜାଣ

ରାଜ୍ୟ ଯେ ଛତିଶଗଡ଼।

ଏକ ସବଡିଭିଜନ ପାଞ୍ଚଟି ବ୍ଲକ

୧୦୯ ଗ୍ରାମ ପଞ୍ଚାୟତ,

୬୫୩ ଗ୍ରାମ ଅଛି ପୁଣି ଦୁଇ

ବିଜ୍ଞାପିତ ଅଞ୍ଚଳ ପରିଷଦ।

କଳାହାଣ୍ଡି ଜିଲ୍ଲା ଲୋକ ସଭା

ନିର୍ବାଚନ ମଣ୍ଡଳୀ,

ନୂଆପଡ଼ା ଖରିଆର ଦୁଇ ବିଧାନ

ସଭା ନିର୍ବାଚନ ମଣ୍ଡଳୀ।

ପର୍ଯ୍ୟଟନ କ୍ଷେତ୍ର ଅଟେ ଯୋଗୀମଠ

ଆଉ ପତୋରାର ଶୈବପୀଠ,

ଯୋଗେଶ୍ଵର ମହାଦେବ ମନ୍ଦିର

ହନୁମାନ ମୂର୍ତ୍ତି ୪୦ ଫୁଟ।

ନୂଆପଡ଼ା ଠାରୁ ୭୦ କି.ମି 

ଦୂର ଯେ ଦଧିବାମନ,

ଖରିଆର ଠାରୁ ୪୦କି.ମି ଦୂର

ପାତାଳଗଙ୍ଗା ପବିତ୍ର ସ୍ଥାନ।

ନୂଆପଡ଼ା ଠାରୁ ୩୦ କି. ମି ଦୂର

ଆଉ ତିରଶି ମିଟର ଉଚ୍ଚ,

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର

 ଗୋଧୁସ ଜଳ ସ୍ରୋତ।


Rate this content
Log in