STORYMIRROR

Binaya Bhusan Panigrahi

Others

3  

Binaya Bhusan Panigrahi

Others

ଆସ କାଳଜୟୀ ହେବା

ଆସ କାଳଜୟୀ ହେବା

1 min
224


ଦେଖିଛି ମୁଁ କେତେ ରଥୀ-ମହାରଥୀ

ମାଟି ଦେଲା ତାଙ୍କୁ ଖାଇ।

ବାହୁବଳେ ଯେତେ ଯାହା ଅର୍ଜିଥିଲେ

କିଛି ପାରିଲେନି ନେଇ।।

ଆପଣା ଦରଦ ଭୁଲି ଯେଉଁ ଜନ

ପର ଦୁଃଖେ ସମଦୁଖୀ

ଅର୍ଦ୍ଧାହାରେ ଅବା ଅନାହାରେ ଥାଇ

ଦୁନିଆ ରେ ଶ୍ରେଷ୍ଠ ସୁଖୀ।।

ଆପଣା ସୁଖକୁ ପଛ କରି ଯିଏ

ଦେଇଛି ସୁଖ ଆନକୁ

ମାନବ ହେଇ ବି ମର୍ତ୍ତ୍ୟପୁରେ ସିଏ

ଅମର କାଳ କାଳକୁ।।

ଜୀବନ ଦି'ଦିନ ଜାଣିକି ଦୁର୍ଜ୍ଜନ

ଅବାଟ କୁ ମଣେ ବାଟ।

ବାହୁଡା ବେଳକୁ ବୁଝେ ଯେତେବେଳେ

ସରି ଯାଇଥାଏ ହାଟ।।

କାଳର ଅଧିନ ଅମୁଲ୍ୟ ଜୀବନ

ଯାଉ ମାଆ-ମାଟି ପାଇଁ।

ମୃତ୍ୟୁକୁ ଜିଣିବା କଷ୍ଟସାଧ୍ୟ ମାତ୍ର

ଅସମ୍ଭବ କୁହନାହିଁ।।

ମାଟିଗଢା ମୂର୍ତ୍ତି ମାଟିରେ ମିଶିଲେ

ଲୁହ ସେ ନିଗାଡେ ନାହିଁ।

ତଥାପି ଦେଖିନି ଏ ମାଟି କାନ୍ଦିନି

ଭଲ ମଣିଷ ଟେ ପାଇଁ।



Rate this content
Log in